ରମେଶଜେନାଙ୍କ ସହ ପିସିସି ସଭାପତି ଆସ୍କାଅଞ୍ଚଳରେ ବନ୍ୟାବିପନ୍ନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରୁଛନ୍ତି

ଛତ୍ରପୁର(ନିମାଇଁ ଚରଣ ପଣ୍ଡା) ରାଜ୍ୟ କଂଗ୍ରେସର ନିଷ୍ପତି ଅନୁଯାଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗତକାଲି ଠାରୁ ବନ୍ୟା ଅଞ୍ଚଳର ବିପନ୍ନ ମାନଙ୍କୁ ମିଶି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ବୁଝୁଛନ୍ତି ।ଗତକାଲି ଆସିକା ଅଞ୍ଚଳରେ ପହଞ୍ଚି ସ୍ଥାନୀୟ କଂଗ୍ରେସ ନେତାମାନଙ୍କୁ ସାଥିରେ ନେଇ ବନ୍ୟା ଅଞ୍ଚଳ ପରିଦର୍ଶନ କରୁଛନ୍ତି । ପୂର୍ବତନ ବିଧାୟକ ରମେଶ ଜେନା ଓ ପିସିସି ସଭାପତି ଆଜି ଶେରଗଡ଼ ଅଞ୍ଚଳର ବିଭିନ୍ନ ଗାଁ ପରିଦର୍ଶନ କରି ବିପନ୍ନଙ୍କ ସମସ୍ୟା ସମ୍ପର୍କରେ ବୁଝୁଥିଲେ । ଗଂଜାମ ଜିଲ୍ଲାର ଜନସାଧାରଣ ତଥା ଚାଷୀକୁଳ ତିତିଲିର କୋପ ପ୍ରଭାବରୁ ଏକ ପ୍ରକାର ହତାଶ ଓ ହାହାକାର ହୋଇପଡିଥିବା ସେମାନେ ଅନୁଭବ କରିଥିଲେ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ପ୍ରଦୀପ ମାଝୀ, ଜିଲ୍ଲା ସଭାପତି ଡ଼ଃ ତ୍ରିନାଥ ବେହେରା, କାର୍ଯ୍ୟକାରିଣୀ ସଭାପତି ଦୀପକ କୁମାର ପଟ୍ଟନାୟକ, ପୀତବାସ ପଣ୍ଡା, ବିଶ୍ୱଜିତ ପାତ୍ର, ସୁନୀଲ ଚୌଧୁରୀ ପ୍ରମୁଖ କଂଗ୍ରେସ ନେତୃ ମଣ୍ଡଳୀ ବନ୍ୟା ବିପନ୍ନ ଅଞ୍ଚଳ ପରିଦର୍ଶନ କରି ବିପନ୍ନ ମାନଙ୍କ ସମସ୍ୟା ସମ୍ପର୍କରେ ତଥ୍ୟ ସଂଗ୍ରହ କରୁଛନ୍ତି । ସେମାନଙ୍କ ସୁବିଧା ଅସୁବିଧାନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ଜଣାପଡିଛି ।