ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଦିବାସୀ ଅଧ୍ୟୁସୀତ ରାଇବଣିଆ ଅଂଚଳରେ ଆଜି ବିଜେପିର ଏକ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିବସ ଅବସରରେ ଏକ ସ୍ୱେଚ୍ଛା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ହାତୀଗଡ ଗୋଷ୍ଠୀ ସ୍ୱାସ୍ଥ କେନ୍ଦ୍ର ନିକଟସ୍ଥ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ପରିସରରେ ରକ୍ତଦାନ ଶିବିରକୁ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କ ଜିଲା ପ୍ରତିନିଧି ଉମାକାନ୍ତ ମହାପାତ୍ର ଉଦଘାଟନ କରି ରାଇବଣିଆର ୧୪ଟି ପଂଚାୟତରେ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟକ୍ରମ ହେବାର ସୂଚନା ଦେଇଥିଲେ । ମୋଟ ୭୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା । ବାଲେଶ୍ୱର ରକ୍ତ ଭଣ୍ଡାରରୁ ଡାକ୍ତର ଓ ଅନ୍ୟ ସହଯୋଗୀମାନେ ଏଥିରେ ଯୋଗ ଦେଇଥିଲେ । ସମାଜସେବୀ ଦିବ୍ୟକାମ ମହାନ୍ତି, ବିଜେପି ନେତା ଶାନ୍ତନୁ ପଟ୍ଟନାୟକ, ସୁଧାଂଶୁ ଘୋଷ, ମନୋଜ ସାସମଲ, ଅଚ୍ୟୁତ ମହାନ୍ତି, ଗଣେଶ ସରେନ୍, ଅଜିତ୍ ସିଂ, ନାଥୁରାମ ଅଣ୍ଡିଆ, ମୁକ୍ତିରାମ ଜେନା, ତରୁଣ ପଟ୍ଟନାୟକ, ସରୋଜ ପାତ୍ର, ପ୍ରଫୁଲ୍ଲ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ । ହାତୀଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଡା. ପ୍ରଭାସଚନ୍ଦ୍ର ନାୟକ ସହଯୋଗ କରିଥିଲେ । ଏହା ପୂର୍ବରୁ ବିଜେପିର କର୍ମୀମାନେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ, ରୋଗୀ ମାନଙ୍କୁ ଫଳ ବଣ୍ଟନ ଇତ୍ୟାଦି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ରିପୋର୍ଟ : ଭୂପତି କୁମାର ପରିଡା