ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ବ୍ଲକର ରାଇବଣିଆ ଅଂଚଳର ଖୁଆଡ ମୈାଜାର ଜୁଆଳିଭଙ୍ଗା, ଭଡରାପଦା ଗ୍ରାମ ଓ ବରଡିହା ମୈାଜାର କଲ୍ୟାଣକୋଟଗ୍ରାମରେ ଥିବା ସରକାରୀ ଜାଗାରୁ ମାଫିଆମାନେ ଜେସିବି ଜରିଆରେ ମୋରମ ଖୋଳି ଦୈନନ୍ଦିନ ଶତାଧିକ ଟ୍ରାକ୍ଟର ଏବଂ ଡମ୍ପର ଯୋଗେ ସ୍ପଷ୍ଟ ଦିବା ଲୋକରେ ଚୋରା ଚାଲାଣ କରୁଥିବାବେଳେ ପ୍ରଶାସନର ନିରବତା ଯୋଗୁଁ ଅଂଚଳବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ତହସିଲଦାର ଅଥବା ଭୂ-ସଂରକ୍ଷଣ ବିଭାଗ ପକ୍ଷରୁ ଏହି ମୋରମ ମାଫିଆମାନଙ୍କ ବିରୁଦ୍ଧରେ କୈାଣସୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ । ସରକାରୀ ଦଳର ଛତ୍ରଛାୟା ତଳେ କେତେକ ଠିକାଦାର ଏହି ମୋରମ ମାଫିଆମାନଙ୍କ ସହାୟତାରେ ମୋରମ ଉତୋଳନ କରି ସରକାରଙ୍କ ରାଜସ୍ୱ ହାନୀ କରୁଛନ୍ତି ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ତୁରନ୍ତ ତହସିଲ ପ୍ରଶାସନ ପକ୍ଷରୁ ଜେସିବି ଜବତ କରିବା ସଙ୍ଗେ ସଙ୍ଗେ ମାଫିଆମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଶ୍ରୀକାନ୍ତ ସିଂ, ସୁରେଶ ମହାନ୍ତ, ବିଜୟ ଘୋଷ, ମାନି ସିଂ, ବସନ୍ତ ପାତ୍ର, ଦୀପକ ପାତ୍ର, ବିଜୟ ସିଂଙ୍କ ସମେତ ଶତାଧିକ ଗ୍ରାମବାସୀ ଜଳେଶ୍ୱର ତହସିଲଦାର ଅଭିମନ୍ୟୁ ପଣ୍ଡାଙ୍କୁ ଏକ ଲିଖିତଦାବୀ ପତ୍ର ପ୍ରଦାନ କରିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା