ରାଇବଣିଆ-ଲୁହାପଡା ରାସ୍ତା ଅବର୍ଣ୍ଣନୀୟ : ଅସନ୍ତୋଷ ଦାନା ବାନ୍ଧୁଛି, ତୁରନ୍ତ ମରାମତି ନ ହେଲେ ଆନ୍ଦୋଳନର ଚେତାବନୀ…

ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଦିବାସୀ ଅଧ୍ୟୁସୀତ ରାଇବଣିଆର ଲାଇଫ ଲାଇନ୍ କୁହାଯାଉଥିବା ରାଇବଣିଆ-ଲୁହାପଡା ପୁର୍ତ୍ତବିଭାଗ ରାସ୍ତାର ଦୂରବସ୍ଥା ଅବର୍ଣ୍ଣନୀୟ । ଫଳରେ ଜନ ଅସନ୍ତୋଷ ଦେଖା ଦେଉଛି । ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଲୋକେ ଖଣ୍ଡିଆ-ଖାବର ହେଉଛନ୍ତି । ଦୀର୍ଘବର୍ଷ ପରେ ରାଇବଣିଆ-ଲୁହାପଡା ରାସ୍ତାର ନବୀକରଣ ହୋଇଥିଲା । କିନ୍ତୁ ଏବେ ସମଗ୍ର ରାସ୍ତା ଖାଲ, ଗର୍ତ୍ତରେ ପୂର୍ଣ୍ଣ । ବର୍ଷାଦିନ ଆସିବାରୁ ଏବେ ବର୍ଷାପାଣି ଖାଲଖମାରରେ ରହି ଅଧିକ ବିପଦ ସୃଷ୍ଟି କରୁଛି । ଏହି ରାସ୍ତାର ରାଇବଣିଆ ହାଟ, ରାଇବଣିଆ ସ୍କୁଲ, ଓଲମରା ଗ୍ରାମ ନିକଟରେ ରାସ୍ତାରେ ବଡ ବଡ ଗାଢ ହୋଇଥିବାରୁ ଯାନ ଜାତାୟତରେ ବିପଦ ସୃଷ୍ଟି କରୁଛି । ରାସ୍ତାର ଦୂରାବସ୍ଥା ଏପରି ହୋଇଛି ସାଇକେଲ ଆରୋହୀ ଓ ସ୍କୁଲ କଲେଜ ପିଲାମାନେ ମଧ୍ୟ ଯାତାୟାତ କରିବା ମଧ୍ୟ କଷ୍ଟକର । ଅତି ଜରୁରୀ ଆମ୍ବୁଲେନ୍ସ ଗାଡି କିମ୍ବା ବନ୍ୟା ସମୟରେ ରିଲିଫ କିମ୍ବା ପ୍ରସାସନୀକ ଗାଡି ଉକ୍ତ ରାସ୍ତାରେ ଯିବା ସମ୍ଭବ ନୁହେଁ । ଏହି ରାସ୍ତାରେ ବାଲେଶ୍ୱର, ଭୂବନେଶ୍ୱର, ଜଳେଶ୍ୱର ଓ ବାରିପଦା ଅଂଚଳକୁ ପ୍ରତ୍ୟେୟ ବସ୍ ଯାତାୟାତ କରୁଥିବାରୁ ବସ ମାଲିକମାନେ ପ୍ରମାଦ ଗଣିଲେଣି । ଅତିଶ୍ରୀଘ୍ର ଏହି ରାସ୍ତା ମରାମତି କରିବାକୁ ରାସ୍ତା ନିକଟରେ ଥିବା ରାଇବଣିଆ, ଓଲମରା, ଶ୍ୟାମନଗର, ସର୍ଦ୍ଦାରବନ୍ଧ ପଂଚାୟତର ବହୁବ୍ୟକ୍ତି ଦାବି କରିଛନ୍ତି । ବର୍ଷା ପୂର୍ବରୁ ଏ ସୁବ ମରାମତି ନ ହେଲେ ଆନ୍ଦୋଳନ କରିବେ ବୋଲି ସୂଚନା ମିଳିଛି ।

ରିପୋର୍ଟ : ଭୂପତି କୁମାର ପରିଡା