ଜଳେଶ୍ୱର (ସମୃଦ୍ଧ ଓଡିଶା) ଓଡିଶାର ରାଇବଣିଆ, ରାସଗୋବିନ୍ଦପୁର, ପଶ୍ଚିମବଂଗର ଝାଡଗ୍ରାମ, ଦାନ୍ତୁନ ଅଂଚଳରେ ଦେଖଶ ଦେଇଥିବା ଓଡିଆ ସଂସ୍କୃତି, ପରମ୍ପରା ଓ ପ୍ରତିଭା ବିକାଶ ସହିତ ଆଦିବାସୀମାନଙ୍କର ବିଭିନ୍ନ କାର୍ଯ୍ୟକ୍ରମରେ ଦୁଲୁକୁଛି ରାଇବଣିଆ ଲୋକ ମହୋତ୍ସବ ୮ମ ବର୍ଷର ୫ମ ସଂଧ୍ୟା । ଆଜି ଆୟୋଜିତ ମଂଚରେ କମିଟିର ସଭାପତି ଅନନ୍ତ କୁମାର ବିଶ୍ୱାଳଙ୍କ ଅଧ୍ୟକ୍ଷତାରେ ରାଇବଣିଆ ଲୋକ ଉତ୍ସବର ଆଦିକଥା ଏବଂ ଆଦିବାସୀ ଅଧ୍ୟୁସିତ ଅଂଚଳର ବିକାଶର କଥା କହିଥିଲେ । ଏଥିରେ ମୁଖ୍ୟ ଅତିଥିଭାବେ ସାଂସଦ ଇଂ ରବିନ୍ଦ୍ର କୁମାର ଜେନା ଯୋଗ ଦେଇ ରାଇବଣିଆ ଗଡରେ ଗଡଚଣ୍ଡି ମନ୍ଦିର ନିର୍ମାଣ, କାଳିକଠାରେ ସାଂସଦ ପୋଷ୍ୟ ଗ୍ରାମ, ୧୧ଟି ପଂଚାୟତକୁ ନେଇ ରୁର୍ବାନ ଯୋଜନା କାର୍ଯ୍ୟକାରୀ ହେବା, ଜଳେଶ୍ୱରକୁ ଯାତାୟତ ଲାଗି ଗୁରୁଦାସପୁର ଓ ଶିଖରପୁର ଠାରେ ସ୍ଥାୟୀ ପୋଲ ନିର୍ମାଣ ହେବା ଏବଂ ବିଭିନ୍ନ ସ୍ଥାର ରାସ୍ତାଘାଟ ଓ ଶିକ୍ଷାଲାଗି ବିଦ୍ୟାଳୟ ପ୍ରତିଷ୍ଠା ଇତ୍ୟାଦି ବିକାଶ ହୋଇଥିବା ବେଳେ ଏ ଅଂଚଳର ଅଧିବାସୀଙ୍କର ଆର୍ଥୀକ ମାନଦଣ୍ଡ ବୃଦ୍ଧିଲାଗି କରଯାଇଥିବା କାର୍ଯ୍ୟ ସଂପର୍କରେ ସୂଚନା ଦେଇଥିଲେ । ମୁଖ୍ୟ ବକ୍ତାଭାବେ ବିଧାୟକ ତଥା ଜିଲା ଯୋଜନାବୋର୍ଡ ଅଧ୍ୟକ୍ଷ ଅଶ୍ୱିନୀ ପାତ୍ର ଯୋଗ ଦେଇ ରାଇବଣିଆରୁ ରାଜଧାନ ଭୁବନେଶ୍ୱର କୁ ଯାତାୟାତର ବ୍ୟବସ୍ଥା, ଜଳେଶ୍ୱରରୁ ପଂଶ୍ଚିମବଂଗକୁ ଯାତାୟାତଲାଗି ରାସ୍ତାଘାଟର ଉନ୍ନତି ଆଦିବାସୀମାନଙ୍କ ବିକାଶ ଲାଗି ହୋଇଥିବା କାର୍ଯ୍ୟକ୍ରମ ଏବଂ ଘରଡିହ ନ ଥିବା ଭୁମୀ ହୀନଙ୍କୁ ଜମି ଯେଗାଇ ଦିଆଯାଇଥିବା ସଂପର୍କରେ କହିଥିଲେ । ଐତିହାସିକ ରାଇବଣିଆ ଗଡର ଉନ୍ନୟନ ଲାଗି ୬୩ଲକ୍ଷ ଟଙ୍କା ବ୍ୟୟ, ରାସ୍ତା ନିର୍ମାଣ ହୋଇଥିଲା ବେଳେ ସୁରକ୍ଷା ଲାଗି ହାତକୁ ନିଆଯାଉଥିବା ସଂପର୍କରେ ସୂଚନା ଦେଇଥିଲେ । ବ୍ଲକ ଅଧ୍ୟକ୍ଷା ସବିତା ଦଳେଇ ଓ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ ରାଇବଣିଆରେ ‘ମାଡା’ ଯୋଜନାର ଅଗ୍ରଗତି ଓ ସ୍ୱତନ୍ତ୍ର ଭାବେ ଦୃଷ୍ଟି ଦିଆଯାଉଥିବାର ବିସ୍ତୁତ ବିବାରଣୀ କହିଥିଲେ । ମଂଚରେ ଅଜୟ କୁମାର ମହାନ୍ତି ଓ କନିଷ୍କ ବୋଧସତ୍ତ ଦାସ ବକ୍ତବ୍ୟ ରଖିଥିବା ବେଳେ ସମସ୍ତ ସଦସ୍ୟ ପରିଚାଳନା କରିଥିଲେ । ୪ର୍ଥ ସଂଧ୍ୟରେ ଉପସଭାପତି ସୁକୁମାର ପ୍ରଧାନ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥିଭାରବେ ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ମୁଖ୍ୟ ବକ୍ତାଭାବେ ପୂର୍ବତନ ବିଧାୟକ ଜୟନାରାୟଣ ମହାନ୍ତି, ସମ୍ମାନୀତ ଅତିଥିଭାବେ କନିଷ୍କ ବୋଧିସତ୍ୱ ଓ ବଂଶୀଧର ବାରିକ ଉପସ୍ଥିତ ରହି ରାଇବଣିଆର ଇତିହାସ ଓ ଏହାର ପାଇକ ପୁଅ ରାଇବଣିଆରୁ ଗଂଜାମ ଯାଏକରିଥିବା ବିଭିନ୍ନ ବିଭିନ୍ନ କାର୍ଯ୍ୟକ୍ରମ ସଂପର୍କରେ କହିଥିଲେ । ୩ୟ ସଂଧ୍ୟାରେ ଶିକ୍ଷକ ନେତା ବଂଶୀଧର ବାରିକଙ୍କ ନେତୃତ୍ୱରେ ମୁଖ୍ୟ ଅତିଥିଭାବେ ଦିଗମ୍ବରଦେବୀ ଗ୍ରୁପ ଇନିଷ୍ଟିଚ୍ୟୁସନର ପ୍ରତିଷ୍ଠାତା ଅଜିତ୍ କୁମାର ମହାନ୍ତି ଓ ମୁଖ୍ୟବକ୍ତାଭାବେ ଆଇନ୍ଜିବୀ ଜିତାଂଶୁ ସେଖର ନନ୍ଦୀ, ସମ୍ମାନୀତ ଅତିଥିଭାବେ ସନତ୍ କୁମାର ମହନ୍ତ ଓ ଭବାନୀ ଶଂକର ମିଶ୍ର ଯୋଗ ଦେଇଥିଲେ । ୨ୟ ସଂଧ୍ୟାରେ କମିଟିର ବରିଷ୍ଠ ସଦସ୍ୟ ଗଂଗାଧର ଦାସଙ୍କ ବୌରହିତ୍ୱରେ ଜଳେଶ୍ୱର ବିଇଓ ବିଜୟ କୁମାର ନାଥ ମୁଖ୍ୟ ଅତିଥି ଓ ଉତ୍ତର ଓଡିଶା ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡ. ସୃତି ରଂଜନ ଦାସ ମୁଖ୍ୟବକ୍ତା ତଥା ସମ୍ମାନୀତ ଅତିଥିଭାବେ ଯୁବନେତା ପ୍ରତୀପ କୁମାର ପ୍ରଧାନ, ଅଧ୍ୟାପକ ରମାନାଥ ଜେନା ଓ ଅଜୟ ମହାନ୍ତି ପ୍ରମୁଖ ରାଇବଣିଆର ଅତିତ, ବର୍ତ୍ତମାନ, ଭବିଶ୍ୟତ ସଂପର୍କରେ ଟିପ୍ପଣୀ ଦେଇଥିଲେ । କିନ୍ତୁ ମହୋତ୍ସବ ପଡିଆରେ ଆଦିବାସୀ ମାନଙ୍କର ନୃତ୍ୟୁ ସଂଗୀତ, ବାଦ୍ୟ ସହିତ ବିଭିନ୍ନ ମେଲୋଡି କାର୍ଯ୍ୟକ୍ରମରେ ଉପାନ୍ତ ଅଂଚଳର ଜନସାଧାରଣ ବେଶ୍ ମଜବୁଲ ଅଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା