ରାଉରକେଲାରେ ପଣ୍ଡିତ ଦୀନଦୟାଲଜୀଙ୍କ ଜୟନ୍ତୀ ପାଳିତ

ରାଉରକେଲା(ସମୃଦ୍ଧଓଡିଶା)ରାଉରକେଲା , ସେକ୍ଟର ୩ ସ୍ଥିତ ବିଜେପି ଜିଲ୍ଲା କାର୍ଯ୍ୟାଳୟରେ, ବିଜେପି ପାନପୋଷ ସାଂଗଠନିକ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭାରତୀୟ ଜନସଂଘର ପ୍ରଖର ରାଷ୍ଟ୍ରୀୟ ନେତା, ତଥା ଅନ୍ତୋଦୟ ଓ ଏକାତ୍ମ ମାନବ ବାଦର ପ୍ରଣେତା ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜନ୍ମ ଜୟନ୍ତୀ ପାଳନ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଓ ଉପସ୍ଥିତ ସମସ୍ତ ନେତୃବୃନ୍ଦ ପଣ୍ଡିତ ଦୀନଦୟାଲଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶ୍ରୀ ତନ୍ତୀ ତାଙ୍କ ବକ୍ତବ୍ୟରେ ଦିନଦୟାଲଜୀଙ୍କ ବାଲ୍ୟକାଳର ଦୁଃଖଦ ଘଟଣାବଳୀ ସହିତ ତାଙ୍କର ସଂଘର୍ଷମୟ ଜୀବନୀ,ରାଜନୌତିକ ଓ ରାଷ୍ଟ୍ରୀୟତା ଚିନ୍ତାଧାରା ଉପରେ ଆଲୋକପାତ କରିଥିଲେ। ଏକାତ୍ମ ମାନବବାଦର ପ୍ରଣେତା ଓ ଅନ୍ତୋଦୟ ର ପ୍ରବର୍ତ୍ତକ ଥିଲେ ପଣ୍ଡିତ ଦିନଦୟାଲ। ୩୭୦ ଧାରାକୁ ଉଚ୍ଛେଦ କରିବା ଥିଲା ତାଙ୍କର ରାଷ୍ଟ୍ରୀୟତା ଚିନ୍ତାଧାରା ଯାହାକୁ ଯସ୍ୱଶି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କାର୍ଯ୍ୟରେ ପରିଣତ କରିଛନ୍ତି । ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ରାଜ୍ୟ ମୁଖପାତ୍ର ଧିରେନ୍ ସେନାପତି ପ୍ରମୁଖ , ପଣ୍ଡିତ ଦିନଦୟାଲଜୀଙ୍କ ସୃତି ଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଜିଲ୍ଲା ସାଧାରଣ ସମ୍ପାଦକ ସୁବ୍ରତ ପଟ୍ଟନାୟକ। କାର୍ଯ୍ୟକ୍ରମରେ ବରିଷ୍ଠ କାର୍ଯ୍ୟକର୍ତ୍ତା ରମେଶ ଅଗ୍ରୱାଲ, ସରୋଜ ଦାସ, ଦୀପକ ତିୱାରୀ, କୈଳାଶ ରାଉତ୍, ମନୋଜ ପଟ୍ଟନାୟକ, ପାର୍ଥପ୍ରତିମ ମହାପାତ୍ର, ଶ୍ରୀକାନ୍ତ ପାଢ଼ୀଙ୍କ ସମେତ ଜିଲ୍ଲା ଓ ମଣ୍ଡଳ ସ୍ତରୀୟ ନେତୃମଣ୍ଡଳୀ ଓ କର୍ମୀ ଉପସ୍ଥିତ ଥିଲେ ବୋଲି ଜିଲ୍ଲା ମୁଖ ପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।

ରିପୋର୍ଟ : ରଜତ ମହାପାତ୍ର