



ରାଉରକେଲା(ସମୃଦ୍ଧ ଓଡିଶା)ସେକ୍ଟର ୪ସ୍ଥିତ ରାଉରକେଲା କଲେଜରେ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମର କ୍ରୀଡା, ସାଂସ୍କୃତିକ ଓ ସାମାଜିକ ପରିଷଦର ଉଦଯାପନୀ ଉତ୍ସବ ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତା ଓ ନୂଆ ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୋଡାଲ ଅଫିସର ପ୍ରଫେସର ରଶ୍ମିରଞ୍ଜନ ରାଉତ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଡ଼ଃ ପ୍ରଦୀପ କୁମାର ନନ୍ଦ ମୁଖ୍ୟଅତିଥି, ବରିଷ୍ଠ ସାମ୍ବାଦିକ ତଥା ପରିଚାଳନା କମିଟିର ସଦସ୍ୟ ମନୋରଞ୍ଜନ ଦାଶ ମୁଖ୍ୟବକ୍ତା ଭାବେ ଯୋଗଦେଇଥିଲେ। ଅଧ୍ୟକ୍ଷା ପ୍ରଫେସର ପ୍ରଧାନ ସ୍ବାଗତ ଭାଷଣ ଦେଇଥିବାବେଳେ ନୂଆ ଓ ନୋଡାଲ ଅଧିକାରୀ ପ୍ରଫେସର ତପସ୍ୱିନୀ ମିଶ୍ର ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ। ନୂଆ ଓ ସାମାଜିକ ପରିଷଦର ନୋଡାଲ ଅଧିକାରୀ ଡ଼ଃ ରବିନ୍ଦ୍ର କୁମାର ଜେନା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ଏଭଳି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଭ୍ୟନ୍ତରୀଣ ଶକ୍ତିର ବିକାଶ ଓ ପ୍ରତିଭା ଚିହ୍ନଟ ପାଇଁ ଏହା ଏକ ସୁନ୍ଦର ପ୍ରୟାସ ବୋଲି ମତ ରଖିଥିଲେ। ସମ୍ମାନିତ ଅତିଥି ଶ୍ରୀ ଦାଶ ତାଙ୍କ ବକ୍ତବ୍ୟରେ କହିଲେ ଯେ ଛାତ୍ରଛାତ୍ରୀଙ୍କ ପରୀକ୍ଷାରେ ଫଳାଫଳ ଉତ୍ସାହଜନକ ରହିବା ସନ୍ତୋଷ ପ୍ରଦାନ କରିଥିବାବେଳେ ଛାତ୍ରଛାତ୍ରୀଙ୍କୁ କଠିନ ପରିଶ୍ରମ, ଦାୟିତ୍ୱବୋଧ, ସମୟାନୁବର୍ତ୍ତିତା, ଐକ୍ୟବଦ୍ଧତା, ଶୃଙ୍ଖଳା ସହ ନିଜର ଆଭ୍ୟନ୍ତରୀଣ ଶକ୍ତିର ବିକାଶ ପାଇଁ ଆହ୍ବାନ ଦେଇଥିଲେ। ମୁଖ୍ୟଅତିଥି ଡ଼ଃ ନନ୍ଦ ତାଙ୍କ ବକ୍ତବ୍ୟରେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ନିଜର ପ୍ରତିଭା ବିକଶିତ ତଥା ମାନବିକତା ର ବାର୍ତ୍ତା ବହନ କରିଛି ବୋଲି ମତ ରଖିଥିଲେ। କାର୍ଯ୍ୟକ୍ରମ ଶେଷରେ ଗତ ନଭେମ୍ବର ୧୫ରୁ ଆରମ୍ଭ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ପ୍ରାରମ୍ଭରେ ଛାତ୍ରୀ ଲକ୍ଷ୍ମୀପ୍ରିୟା ସାହୁ, ସୁଶ୍ରୀଲେଖା ବେହେରା, ସୋନାଲୀ ମହାନନ୍ଦ, ଭାରତୀ ବେହେରା, ଶିବାନୀ ମିଶ୍ର ସ୍ବାଗତ ସଂଗୀତ ଗାନ କରିଥିଲା ବେଳେ କାର୍ଯ୍ୟକ୍ରମ ପରିଚାଳନା ରେ ଯୁକ୍ତ ୩ ସାଂସ୍କୃତିକ ପରିଷଦର ନୋଡାଲ ଅଫିସର ରଶ୍ମିପ୍ରଭା ମଥାନ,ସହ ନୋଡାଲ ଅଫିସର କରୁଣାକର ପାଟ୍ଟଶାଣୀ, ଯୁକ୍ତ ୩ କ୍ରୀଡା ପରିଷଦର ନୋଡାଲ ଅଫିସର ମନୋଜ କୁମାର ଦଳେଇ,ସହ ନୋଡାଲ ଅଫିସର ରଞ୍ଜିତ କୁମାର ପ୍ରଧାନ,ଅନୁପ କୁମାର ଏକ୍କା, ତରୁଣୀ ନାୟକ, ବନବିହାରୀ କିଷାନ, ଶର୍ମିଲା ମାଝୀ,ସ୍ବାତିସ୍ମିତା ସାହୁ, ଜିତେନ୍ଦ୍ର ଡାକୁଆ, ବିକ୍ରମ ସାହୁ, ସନ୍ତୋଷ ରଜାକ୍, ପ୍ରଭାତ ବଳ, ଅନିଲ ରାମ, ବୈଜୟନ୍ତୀ ବାରିକ, ଭାରତୀ ବରୁଆ, ଭାଗ୍ୟଶ୍ରୀ ମହାନ୍ତି, ରଚନା ମିଶ୍ର, ଅନାମିକା କୁଲ୍ଲୁ, ମୈ।ସୁମୀ ଦାସ,ଅମି ଢୋଲକିଆ, ହେମକାନ୍ତି ମେହେର, ପ୍ରତିମା ମହାପାତ୍ର, ନମିତା ଜେନା, ଇପ୍ସିତା ପଣ୍ଡା, ଅର୍ପିତା ବେହୁରିଆ ପ୍ରମୁଖ ଅଧ୍ୟାପକ ଅଧ୍ୟାପିକା ତଥା ସ୍ବେଚ୍ଛାସେବୀ ଅନିତା ଜଗଦ୍ଦେବ, ସୈ।ମ୍ୟରଞ୍ଜନ ମହାନ୍ତି, ପ୍ରକାଶ ଓଝା, ଲିପ୍ସା ବଳିୟାରସିଂହ,ଚନ୍ଦା ସିଂ,ରାନୀ ସାହୁ, ଗୋପାଳ କୃଷ୍ଣ ଦାଶ, ଅଭିଶେକ ପରିଡ଼ା, ତୃପ୍ତିଲତା ଶତପଥୀ, ମନମୋହନ ଦାଶ,ଅନୁଶ୍ରୀ ରାଉତ, ଅପର୍ଣ୍ଣା ପାହାରୀ, ଦେବସ୍ମିତା ଦାସ, ପ୍ରିୟଙ୍କା ନାଗ, ସୁସ୍ମିତା ବିଶ୍ବାଳ, ଗିରିଜା ଶଙ୍କର ସ୍ବାଇଁ, ପ୍ରଯୁକ୍ତା ଭବାନୀ ନାୟକ, ପୂଜାରାଣୀ ମହାପାତ୍ର, ସୁପ୍ରିୟା ସାବତ,ଦେବରଶ୍ମୀ ପ୍ରଧାନ, ରେଖା କୁମାରୀ ପ୍ରସାଦ, ହିମାଂଶୁ ନାୟକ,ସୋନୁ ଶର୍ମା, ତପସ୍ୱିନୀ କୁମ୍ଭାର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ସଂଯୋଜକ ଶ୍ରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।
ରିପୋର୍ଟ : ରଜତ ମହାପାତ୍ର