ରାଉରକେଲା କଲେଜରେ ରାଜ୍ୟସ୍ତରୀୟ ନାଟ୍ୟଲୋଚନା ଆୟୋଜିତ…

ରାଉରକେଲା: (ସମୃଦ୍ଧ ଓଡିଶା )ସେକ୍ଟର: ୪ ସ୍ଥିତ ରାଉରକେଲା କଲେଜର ଓଡ଼ିଆ ବିଭାଗ ତରଫରୁ ପଦ୍ମଶ୍ରୀ ମନୋରଞ୍ଜନ ଦାସଙ୍କ ଜନ୍ମ ଶତବାର୍ଷିକ ଅବସରରେ ରାଜ୍ୟସ୍ତରୀୟ ନାଟ୍ୟଲୋଚନା ଆୟୋଜିତ ହୋଇଯାଇଛି। ଅଧ୍ୟାପକ କରୁଣାକର ପାଟ୍ଟଶାଣୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି ଆଲୋଚନାଚକ୍ରରେ କଲେଜର ଅଧ୍ୟକ୍ଷ ଡଃ ରବୀନ୍ଦ୍ର କୁମାର ଜେନା ଅଧ୍ୟକ୍ଷତା କରିଥିବାବେଳେ ଉତ୍କଳ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ଓଡ଼ିଆ ପ୍ରଫେସର ଡଃ ସଂଘମିତ୍ରା ମିଶ୍ର, ସମ୍ବଲପୁର ବିଶ୍ବବିଦ୍ୟାଳୟର ଅବସରପ୍ରାପ୍ତ ଓଡ଼ିଆ ପ୍ରଫେସର ତଥା ନାଟ୍ୟକାର, ନାଟ୍ୟ ନିର୍ଦ୍ଦେଶକ ଡଃ ସମର ମୁଦାଲି, ସୁଶୀଳାବତୀ ସରକାରୀ ମହିଳା ମହାବିଦ୍ୟାଳୟର ବିଭାଗୀୟ ମୁଖ୍ୟ ତଥା ନାଟ୍ୟକାର ଡଃ ସଞ୍ଜୟ କୁମାର ହାତୀ ଏବଂ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ଓଡ଼ିଆ ବିଭାଗ ମୁଖ୍ୟା ଡଃ ସୁଷମା ମୋଦୀ ବିଷୟ ବିଶେଷଜ୍ଞ ଭାବରେ ଯୋଗଦେଇ ନବ ନାଟ୍ୟଧାରା ଓ ନାଟ୍ୟକାର ମନୋରଂଜନ ଦାସଙ୍କ ନାଟ୍ୟ ଶୈଳୀ ସମ୍ପର୍କରେ ବିଶେଷ ଆଲୋଚନା କରିଥିଲେ। ପ୍ରଫେସର ଡଃ ମିଶ୍ର ମନୋରଞ୍ଜନ ଦାସଙ୍କୁ ଓଡ଼ିଆ ନବ ନାଟ୍ଯଧାରାର ପ୍ରମ୍ଯୁଥସ୍ କହିବା ସହ ନବନାଟ୍ଯ ଧାରା ତଥା ମନୋରଞ୍ଜନ ଦାସଙ୍କ ନାଟକର ଆଙ୍ଗିକ ଓ ଆତ୍ମିକ ପ୍ରୟୋଗ ସମ୍ପର୍କରେ ବିଶେଷ ଆଲୋଚନା କରିଥିଲାବେଳେ ପ୍ରଫେସର ଡଃ ମୁଦାଲି ମନୋରଞ୍ଜନ ଦାସଙ୍କ ଏପିକ୍ ଶୈଳୀ ଓ ନାଟକ ‘ନନ୍ଦିକା କେଶରୀ’ ଉପରେ ଆଲୋକପାତ କରିଥିଲେ। ନାଟ୍ୟକାର ଡଃ ହାତୀ ନାଟ୍ୟକାର ବେକେଟ୍ ଓ ବ୍ରେଖେଟୀୟ ଶୈଳୀର ଏକ ତୁଳନାତ୍ମକ ଆଲୋଚନା କରିବା ସହ ମନୋରଞ୍ଜନ ଦାସଙ୍କ ନାଟକରେ କିପରି ତାହାର ପ୍ରୟୋଗ କରାଯାଇଛି, ତାହାର ବିଶ୍ଲେଷଣ କରିଥିଲେ। ଡଃ ମୋଦୀ ମନୋରଞ୍ଜନ ଦାସଙ୍କ ନାଟ୍ୟ ଶୈଳୀର ସାମଗ୍ରିକ ଦିଗକୁ ଦର୍ଶାଇଥିଲେ। ଓଡ଼ିଆ ବିଭାଗର ତୃତୀୟ ବର୍ଷର ଛାତ୍ରୀ ସୋନାଲି ମହାନନ୍ଦ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲାବେଳେ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ଅତିଥିମାନଙ୍କ ପରିଚୟ ଓ ତୃତୀୟ ବର୍ଷର ଛାତ୍ର ପ୍ରକାଶ ଓଝା ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ରାଉରକେଲାସ୍ଥ ସୁଶୀଳାବତୀ ସରକାରୀ ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ମହାଶ୍ୱେତା ସାହୁ, ସୁଶୀଳାବତୀ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପିକା ସିମରନ୍ ମହାପାତ୍ର, ମ୍ୟୁନିସପାଲ ମହାବିଦ୍ୟାଳୟର ଅଧ୍ୟାପିକା ଡଃ ଅପର୍ଣ୍ଣା ଧର, ନୀତୁ ସେଠ, ନୀଳଶୈଳ ମହାବିଦ୍ୟାଳୟର ଅଧ୍ୟାପିକା ପ୍ରଭା ଶୂଚିତା ଏକ୍କା, ଇସ୍ପାତ ସ୍ଵୟଂଶାସିତ ମହାବିଦ୍ୟାଳୟ ତଥା ଅନ୍ୟାନ୍ୟ ମହାବିଦ୍ୟାଳୟର ସ୍ନାତକୋତ୍ତର ଓ ସ୍ନାତକ ଶ୍ରେଣୀର ଓଡ଼ିଆ ଛାତ୍ର-ଛାତ୍ରୀ ବହୁ ସଂଖ୍ୟାରେ ଏହି ନାଟ୍ଯାଲୋଚନାରେ ଭାଗ ନେଇ ଖୁସି ବ୍ୟକ୍ତ କରିଥିଲେ। ଅତିଥିମାନଙ୍କ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ଛାତ୍ରୀ ସୁଶ୍ରୀ ରେଖା ବେହେରା, ଲକ୍ଷ୍ମୀ ପ୍ରିୟା ସାହୁ, ଭାରତୀ ବେହେରା, ସଂଧ୍ୟା ରାଣୀ ବେହେରା ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ଓଡ଼ିଆ ଅଧ୍ୟାପକ ଅରୁଣ କୁମାର ବେହେରା, ଅଧ୍ୟାପକ ଗିରୀଶ ପରିଡ଼ା, ଲିପ୍ସା ବଳିୟାରସିଂହ, ଗୋପାଳକୃଷ୍ଣ ଦାଶ, ଛବିଳ ସେଠୀ, ଅଭିଷେକ ପରିଡ଼ା, ଅନୁଶ୍ରୀ ରାଉତ, ଶିବାନୀ କେର୍କେଟା, ମମତା କିଷାନ, ଅଙ୍କିତା ବାର୍ଲା, ରିୟା ହସିନା ଲାକ୍ରା, ରୋହିତ ଗୌଡ଼, ମାଳତୀ ଲାକ୍ରା, ଚାନ୍ଦିନୀ ସେଠୀ, ଶ୍ରୀୟା ବାଗ, ଅପର୍ଣ୍ଣା ପାହାରୀ, ନୀଳଜ୍ଯୋତି ବେହେରା, ରଶ୍ମି ହରିପାଲ, ରୀତୁ ମୁଖି, ଦିବ୍ଯା ସଂଯୁକ୍ତା ଲାକ୍ରା, ଲିଜା କିଷାନ, ସାଲୋନୀ କଂସାରୀ ପ୍ରମୁଖ ଓଡ଼ିଆ ଛାତ୍ର-ଛାତ୍ରୀ ଆଲୋଚନାଚକ୍ରରେ ଉପସ୍ଥିତ ରହି ସହଯୋଗ ପ୍ରଦାନ କରିଥିଲେ।

ରିପୋର୍ଟ : ସସ୍ମିତା ପ୍ରଧାନ