ରାଜଗାଙ୍ଗପୁର(ସମୃଦ୍ଧଓଡିଶା) ବିଳମ୍ବ ହେଲେ ମଧ୍ୟ୍ୟ ପ୍ରତିଶୃତି ରକ୍ଷା କରିଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନ ବୈଷ୍ମବ । ରାଜଗାଙ୍ଗପୁର ଅଞ୍ଚଳର ଗତ ୧୩ ବର୍ଷ ଠାରୁ ଅଧିକ ହେବ ଟ୍ରେନ ରହିଣୀ କୁ ନେଇ ରେଳ ରୋକ ଧାରଣା ଭଳି ବହୁ ଆନ୍ଦୋଳନ କରି ଆସୁଥିଲେ ରାଜଗାଙ୍ଗପୁର ବାସି। କିନ୍ତୁ ରେଳ କତ୍ରୁପକ୍ଷ ଏବଂ ବିଗତ ସରକାର ରାଜଗାଙ୍ଗପୁର ବାସୀ ଙ୍କ ଅସୁବିଧାକୁ କର୍ଣ୍ଣପାତ କରୁ ନ ଥିଲେ l ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ବହୁ ପଦ ପଦପି ରହି ଆସୁଥିଲେ ମଧ୍ୟ୍ୟ ରାଜଗାଙ୍ଗପୁର ବାସୀ ଙ୍କ ଦାବୀକୁ ହେ ଜ୍ଞାନ କରି ଆସୁଥିଲେ l ଏପରି କି ରାଜଗାଙ୍ଗପୁର ଗ୍ରସ୍ତ କରୁଥିଲେ ମଧ୍ୟ୍ୟ କିଛି ହାତ ଗଣତି କର୍ମୀଙ୍କୁ ଦେଖା ଦେଇ ଚାଲି ଯାଉଥିଲେ ଏବଂ ରାଜଗାଙ୍ଗପୁର ବାସୀଙ୍କ ଅସୁବିଧା ଶୁଣିବା ପାଇଁ ତାଙ୍କ ପାଖରେ ସମୟ ନ ଥାଏ ଯାହା ଫଳରେ ରାଜଗାଙ୍ଗପୁର ଅଞ୍ଚଳର ବିଭିନ୍ନ ସମସ୍ୟାର ଫାଇଲ ଏବେ ବି ବିଭିନ୍ନ ବିଭାଗରେ ପଡି ରହିଛି l ଗତ 2024 ସାଧାରଣ ନିର୍ବାଚନରେ ଜୁଏଲ ଓରାମ ଙ୍କ ପାଇଁ ପ୍ରଚାର କରିବା ପାଇଁ ମାନ୍ୟବର ରେଳ ମନ୍ତ୍ରୀ ଶ୍ରୀମାନ ଅଶ୍ୱିନ ବୈଷ୍ଟମ୍ବ ରାଜଗାଙ୍ଗପୁର ଆସିଥିଲେ ଏବଂ ରାଜଗାଙ୍ଗପୁର ବାସୀ ଙ୍କ ଦାବୀ ଗ୍ରହଣ କରି ଥିଲେ । ନିର୍ବାଚନ ଶେଷ ପରେ ମନ୍ତ୍ରୀ ମଣ୍ଡଳ ଗଠନର ଦୁଇ ମାସ ପରେ ତିନଟି ଟ୍ରେନ ନିଶ୍ଚୟ ରହିଣୀ କରିବ ବୋଲି ପ୍ରତିଶୃତି ଦେଇଥିଲେ। ତାଙ୍କର ପ୍ରତିଶ୍ରୁତି ବିଳମ୍ବ ହେଲେ ମଧ୍ୟ୍ୟ ତାଙ୍କ ପ୍ରତି ପାଳନ କରି ଗତ 25 ନଭେମ୍ବର ରେ ସରକାରୀ ଭାବେ ବିଜ୍ଞପ୍ତି ଘୋଷଣା କରିଥିଲେ l ସେ ଚଳିତ ମାସ ୨/୧/୨୫ ରେ ଚକ୍ରଧରପୁର ଡିଭିଜନ ଡି. ଏମ ଆର. ତରୁଣ କୁମାର ହୁରିଆ ରାଜଗାଙ୍ଗପୁର ରେ ପହଞ୍ଚି 4/1/25 ତାରିଖରେ ସମ୍ବଲପୁର ରୁ ଗୋରଖପୁର 15927/28, ହଟିଆ ବେଙ୍ଗାଲୁର 18637/38, ହଟିଆ ପୁନେ12129/30 ଏହି ତିନ ଟ୍ରେନ ଆସନ୍ତା 4 ତାରିଖରେ ରହିଣୀ କରିବା ପାଇଁ ଘୋଷଣା କରିଥିଲେ l ଆଜି କେନ୍ଦ୍ର ମନ୍ତୀ ମାନ୍ୟବର ଜୁଏଲ ଓରାମ ,ସ୍ଥାନୀୟ ବିଧାୟକ ଡାକ୍ତର ସି ଏସ ରାଜନ ଏକ୍କା ,ଚକ୍ରଧରପୂର ଡିଭିଜନ ଡି ଆର ଏମ ତରୁଣ କୁମାର ହୁରିଆ ଙ୍କ ଉପସ୍ଥିତିରେ ସମ୍ବଲପୁର ଗୋରଖପୁର ମୌଜ ଏକ୍ସ ପ୍ରେସ ଟ୍ରେନ କୁ ରାଜଗାଙ୍ଗପୁର ରେଳ ଷ୍ଟେସନ ଠାରେ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l
ରିପୋର୍ଟ : ରଜତ ମହାପାତ୍ର