ରାଜଧାନୀରେ ଇଣ୍ଡିଆ ମେଣ୍ଟ ସମର୍ଥିତ ସିପିଆଇ ଓ ସିପିଆଇ(ଏମ) ପ୍ରାର୍ଥୀଙ୍କ ମିଳିତ ରୋଡ ଓ ବାଇକ ରା଼ଲ୍ଲୀ

ଭୁବନେଶ୍ୱର(ସମୃଦ୍ଧଓଡିଶା)ଆଜି ଭୁବନେଶ୍ବରରେ ସିପିଆଇ ଓ ସିପିଆଇ(ଏମ)ର ମିଳିତ ରୋଡ ସୋ ଓ ବିଶାଳ ମଟର ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଇଣ୍ଡିଆ ମେଣ୍ଟ ସମର୍ଥିତ ସିପିଆଇ(ଏମ) ଭୁବନେଶ୍ବର ସାଂସଦ ପ୍ରାର୍ଥୀ କମ୍ରେଡ ସୁରେଶ ପାଣିଗ୍ରାହୀଙ୍କୁ “ଦା ହାତୁଡି ତାରା” ଚିହ୍ନରେ ଓ ଭୁବନେଶ୍ବର ଉତ୍ତର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ କମ୍ରେଡ ଶଙ୍କର୍ଷଣ ବାରିକ୍ ଙ୍କୁ “ଦା ଧାନକେଣ୍ଡା” ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଇ ବିଜୟୀ କରିବାକୁ ଭୋଟର ମାନଙ୍କୁ ଇଣ୍ଡିଆ ମେଣ୍ଟ ପକ୍ଷରୁ ଆହ୍ୱାନ ଦିଆଯାଇଛି । ଶୋଭାଯାତ୍ରାରେ ବିପୁଳ ପରିମାଣରେ ସମର୍ଥକଙ୍କ ଜନସମାଗମ ହୋଇଥିଲା ।

ରିପୋର୍ଟ : ରଜତ ମହାପାତ୍ର