ଜଳେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲାର ଜଳେଶ୍ୱର ବ୍ଲକ ଅଧିନ ରାଇବଣିଆର ଆଦିବାସୀ ବହୁଳ ରାଜନଗର ଗ୍ରାମକୁ ପୂର୍ବ ଓ ଉତ୍ତରପଟୁ ସୁବର୍ଣ୍ଣରେଖା ନଦୀ ଘେରି ରହିଛି । ନଦୀଟି ପଶ୍ଚିମବଂଗରୁ ପ୍ରଥମେ ଓଡିଶାର ରାଜନଗର ଗାଁର ବିଳାସପୁର ମୌଜା ମଧ୍ୟଦେଇ ୧୦ କିମି ଗତକରି ସମୁଦ୍ର ସହିତ ମିଶିଛି । ଏହି ମୌଜାର ପ୍ରାୟ ୪୦୦ଏକର ଚାଷଜମି ନଦୀ ଗର୍ଭରେ ଲିନ ହୋଇଛି । ଗ୍ରାମର ଅବଶିଷ୍ଟ ୫୦ଏକର ଚାଷ ଜମିକୁ ଯିବାଲାଗି ଏକ ନଦୀଖାଳ ପ୍ରତିବନ୍ଧକ ସୃଷ୍ଟି କରିଛି । ଗ୍ରାମର ୭୦ ଭାଗ ଲୋକ ଅଶିକ୍ଷିତ ଓ ଜନଜାତି ଶ୍ରେଣୀର ଚାଷୀ ଅଟନ୍ତି । ସେମାନଙ୍କର ବର୍ଷଯାକର ପରିବା, ଧାନ ଏହି ୫୦ଏକର ଚାଷ ଜମିରୁ ଆସିଥାଏ । ଏଠାରେ ପଶ୍ଚିମବଂଗ ଓ ଓଡିଶା ସୀମା ବିିବାଦ ଲାଗି ରହିଛି । ମାତ୍ର ୧ କିମି ଦୂରରେ ପଶ୍ଚିମବଂଗର ଭୂଖଣ୍ଡ ଜମିରାପାଳ ସହିତ ଏହା ସଂଲଗ୍ନ । ବର୍ଷାଦିନେ ଏହି ନାଳରେ ପାଣି ଭତ୍ତି ହୋଇଗଲେ ଓଡିଶା ସୀମାରୁ ବିଛିନ୍ନ ହୋଇଯାଏ । ଏହାର ସୁଯୋଗରେ ପଶ୍ଚିମବଂଗର ଦୁବୃତ୍ତମାନେ ଓଡିଶା ଚାଷୀଙ୍କ ଉତ୍ପନ୍ନ ଫସଲ ଚୋରେଇ ନେଇଯା’ନ୍ତି । ବଡବଡ ଗଛ ଓ ବାଉଁଶ ଇତ୍ୟାଦି କାଟି ନେବା ସହିତ ଆମ୍ବ, ପଣସ ତୋଳିି ନେଇଯା’ନ୍ତି । ଜଳେଶ୍ୱର ବ୍ଲକ ପକ୍ଷରୁ ଏହି ଗ୍ରାମ ନିକଟ ନଦୀର ଓପର ପାଶ୍ୱର୍ ପଶ୍ଚିମବଂଗ ଗୋପିବଲ୍ଲଭପୁରକୁ ଯିବାଲାଗି ଏକ ଫେରିଘାଟ ନିଲାମ ଦିଆଯାଏ । ୨୦୧୯-୨୦ରେ ଏହି ଫେରିଘାଟକୁ ୧୫୧୦୦ଟଙ୍କାରେ ନିଲାମ ଦିଆଯାଇଥିବା ବେଳେ ଚଳିତ ବର୍ଷ ଏହି ଫେରିଘାଟକୁ ନିଲାମ ଦିଆଯାଇନାହିଁ ବୋଲି ବ୍ଲକ କାର୍ଯ୍ୟାଳୟରୁ ଜଣାଯାଇଛି । ଏହି ଫେରିଘାଟ ଦେଇ ପଶ୍ଚିମବଂଗର ଖଡିକା, ଆମ୍ବଜାନ, ଧାନଶୋଳା, ଓଡିଶାର ମାକିଡଡିଆ, ଓଲମରା, ରାଇବଣିିଆ ପ୍ରଭୃତି ଅଂଚଳର ଲୋକମାନେ ନିତିଦିନ ଯିବା ଆସିବା କରିଥାନ୍ତି । ଏହି ଫେରିଘାଟକୁ ଯିବାଲାଗି ସେପରିି କୌଣସିି ରାସ୍ତା ନଥିବାରୁ ଗ୍ରାମର ଗୌରାଙ୍ଗ ଦାସ, କେଦାର ବେହେରା, ନିତ୍ୟାନନ୍ଦ ଦାସ ପ୍ରମୁଖଙ୍କ ସ୍ଥିତିବାନ୍୍ ଜମିି ମଧ୍ୟଦେଇ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇ ଥାଏ । ଏ ବାବଦରେ ବର୍ଷକୁ ୮୦ହଜାର ଟଙ୍କା ଜମି ମାଲିକକୁ ଦେବାକୁ ପଡିିଥାଏ । ଫେରିଘ।ଟ ଓ ଚାଷ ଜମିକୁ ଯିିିବାଲାଗି ପ୍ରତିବନ୍ଧକ ସୃଷ୍ଟି କରିଥିବା ନଦୀଖାଳ ଉପରେ ଗ୍ରାମପକ୍ଷରୁ ଏକ ଅସ୍ଥାୟୀ କାଠପୋଲ ନିର୍ମାଣ କରାଯାଇ ପଣ୍ୟଦ୍ରବ୍ୟ ଅଣାଯାଉଥିଲା । ପୋଲଟି ଭଂଗିଯିିବାପରେ ସେଠାରେ ଏକ ପକ୍କା ପୋଲ ନିର୍ମାଣ ଲାଗିି ଗ୍ରାମବାସୀ ଦାବି କରି ଆସୁଥିଲେ । ତାହା ନହେବାରୁ ଗ୍ରାମବାସୀଙ୍କ ନିଜସ୍ୱ ଅର୍ଥରେ ଏକ ପକ୍କା ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ସୋମବାର ଦିନ ଏହାକୁ ପ୍ରଶାସନ ପକ୍ଷରୁ ବନ୍ଦ କରାଯାଇଛିି । ତାହା ବିରୋଧରେ ଶହ ଶହ ଗ୍ରାମବାସୀ ଜଳେଶ୍ୱର ତହସିଲଦାରଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ କରି ଦାବିପତ୍ର ପ୍ରଦାନ କରିଥିଲେ । ଏହି ଗ୍ରାମକୁ ଆଦର୍ଶ ଗ୍ରାମ ଭାବେ ଘୋଷଣା କରାଯାଇଥିଲେ ମଧ୍ୟ ଏହାର ସେପରି ବିକାଶ ହୋଇନଥିବା ଗ୍ରାମର ଅଜିତ୍ ଅଠା, ବସନ୍ତ ମିଶ୍ର, ଗୁହିନା ମଣ୍ଡଳ, ବଟକୃଷ୍ଣ ବେହେରା, ସୁନୀଲ ଅଠା, ବାଦଲଲ ନାୟକ, ପ୍ରମିଳା ବଡା, କୁୁକୁମଣି ମାଠିକା, ଆରତୀ ଦେହୁରୀ, ଜ୍ୟୋସ୍ନା ଦେହୁରୀ, ଅମିତ ସାନ୍ତଡା, କଟି ମାଠିକା, ନିଳକଣ୍ଠ ନାୟକ. ଅତୁଲ ନାୟକ, ପ୍ରଦୀପ ସାହୁ ପ୍ରମୁଖ କ୍ଷୋଭ ପ୍ରକାଶ କରିଛନ୍ତିି । ଗ୍ରାମଟିର ୨ ପାଶ୍ୱର୍ରେ ନଦୀ ପ୍ରବାହିତ ହେଉଥିବାରୁ ପ୍ରତିବର୍ଷ ଅତଡା ଖସୁଛି । ସେଠାରେ ପଥର ପେଚିଂ ଓ ସ୍ପୋର ନିର୍ମାଣ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି । ଏ ସଂପର୍କରେ ଜଳେଶ୍ୱର ତହସିଲଦାରଙ୍କୁ ପଚାରିବାରୁ ବର୍ତ୍ତମାନ ମାର୍ଚ୍ଚମାସ ଥିବାରୁ ସେ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ, ପରବର୍ତ୍ତୀ ସମୟରେ ଆଲୋଚନା କରାଯାଇ ସମାଧାନ କରାଯିବ ବୋଲି କହିଥିଲେ ।