ରାଜନୀତି କରିବାକୁ ପ୍ରବଳ ଇଚ୍ଛା ହେଲାଣି ଦ୍ୟୁତିଚାନ୍ଦଙ୍କର…ଦେଖନ୍ତୁ କାହିଁକି ?..

ଭୁବନେଶ୍ୱର(ସମୃଦ୍ଧ ଓଡ଼ିଶା)ରାଜନୀତିରେ ଯୋଗ ଦେବା ପାଇଁ ପ୍ରବଳ ଇଚ୍ଛା ପ୍ରକାଶ କରିଛନ୍ତି ଆଥ୍‌ଲେଟ ଦୂତୀ ଚାନ୍ଦ୍ । ଦୂତୀ ଆଜି କରିଥିବା ଏକ ଟ୍ୱିଟ୍‌ ପରେ ଏହି ଚର୍ଚ୍ଚା ଜୋର୍ ଧରିଛି । ଏହି ଟ୍ୱିଟ୍‌ରେ ସେ ଲେଖିଛନ୍ତି ଯେ, ପିଲାଦିନରୁ ହିଁ ରାଜନୀତିରେ ମିଶିବା ପାଇଁ ତାଙ୍କର ପ୍ରବଳ ଇଛା ଥିଲା । ତାଙ୍କ ପରିବାର ତୃଣମୂଳ ସ୍ତରରେ ରାଜନୀତି ସହ ଜଡ଼ିତ ରହିଥିଲେ । ଏପରିକି ତାଙ୍କ ମା’ ସରପଞ୍ଚ ହୋଇଥିବା ସେ ଉଲ୍ଲେଖ କରିଛନ୍ତି। କୌଣସି ଦଳ ଅଫର୍‌ କଲେ ସେ ରାଜନୀତିରେ ସାମିଲ ହେବେ ବୋଲି କହିଛନ୍ତି। ତେବେ ଏଥିପାଇଁ ସେ ଖେଳରୁ ସନ୍ୟାସ ନେବେ ନାହିଁ। ଖେଳ ସହ ସେ ରାଜନୀତି କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି। ସେ କହିଛନ୍ତି ଯେ ଯଦି ଖେଳ ସହ ରାଜନୀତିକୁ ଏକାଠି ଚଳାଇ ପାରିବେ, ତା’ହେଲେ କୌଣସି ଦଳରେ ଯୋଗ ଦେବେ। ନ ହେଲେ ଖେଳ ଛାଡ଼ିଲା ପରେ ଅଫର୍ ମିଳିଲେ କୌଣସି ଦଳରେ ଯୋଗଦେବେ ବୋଲି ସେ ଇଚ୍ଛା ପ୍ରକାଶ କରିଥିବା ଚାରିଆଡେ ଏବେ ଚର୍ଚ୍ଚା ଜୋର ଧରିଛି ।

ରିପୋର୍ଟ : ନିମାଇଁ ଚରଣ ପଣ୍ଡା