ରାଜପୁର ପଞ୍ଚାୟତରେ ମନେରେଗା କାର୍ଯ୍ୟ ଆରମ୍ଭ…

ଜଳେଶ୍ୱର (ସମୃଦ୍ଧ ଓଡିଶା) କରୋନାର ଭୟବହତା ବେଳେ ପ୍ରବାସୀ ଓଡିଆ ନିଜ ଅଞ୍ଚଳକୁ ଫେରିଆସି କାମ ଧନ୍ଦା ନ ପାଇ ବୁଲୁଥିବା ବେଳେ ସେମାନଙ୍କୁ ସହାୟତାର ହାତ ବଢାଇଛନ୍ତି ରାଜପୁର ସରପଞ୍ଚ ଦିଲ୍ଲିପ ପରିଡା । ଏହି ଗାଁର ପ୍ରାୟ ୮୦ଜଣ ବ୍ୟକ୍ତି ବାହାର ରାଜ୍ୟରେ ରହୁଥିବାରୁ ନିକଟରେ ଫେରି କ୍ୟାରେଣ୍ଟାଇନ୍‌ରେ ରହିଥିଲେ । ସେମାନଙ୍କ ମଧ୍ୟରୁ ଅଧିରୁ ଅଧିକ ଗତ ବୁଧବାର ସୁଦ୍ଧା ନିଜ ଘରକୁ ଫେରି ଯାଇଛନ୍ତି । ସେମାନଙ୍କୁ କାମଧନ୍ଦା ଯୋଗାଇବା ଲାଗି ସରପଞ୍ଚ ଓଳିନ୍ଦା ସ୍ଥିତ ଏକ ପୋଖରୀରେ ଖାନନ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏମ୍‌ଜିଏନ୍‌ଆର୍‌ଜିଏସ୍ ଯୋଜନାରେ ଗତ ବୁଧବାର ପୋଖରୀ ଖନନ କାର୍ଯ୍ୟ ଆରମ୍ଭ କରିବା ସହଂ କାମଧନ୍ଦା ପାଉନଥିବା ଲୋକଙ୍କୁ ସେଥିରେ ଅନ୍ତର୍ଭକ୍ତ କରିବା ଆରମ୍ଭ କରିଛନ୍ତି । ଫଳରେ ପଞ୍ଚାୟତବାସୀଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଥିବା ବେଳେ ଅନ୍ୟ ପଞ୍ଚାୟତ ପାଇଁ ଉଦାହରଣ ସୃଷ୍ଟି କରିଛି ।

ରିପୋର୍ଟ : ଭୂପତି କୁମାର ପରିଡା