ଜୟପୁର(ସମୃଦ୍ଧ ଓଡିଶା )ରାଜସ୍ଥାନରେ ଭାରତୀୟ ଜନତା ପାର୍ଟି ହାତରୁ ଶାସନ ଡୋରି ଖସି ପଡ଼ିଛି। ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନ ସଭାର ୧୯୯ଟି ଆସନରେ ଭୋଟ ଗଣନା ଚାଲିଛି। ହସ୍ତଗତ ହୋଇଥିବା ସୂଚନା ଅନୁସାରେ କଂଗ୍ରେସ ୧୦୧ ଆସନରେ ବିଜୟୀ ହୋଇ ଥିବା ବେଳେ ବିଜେପି ୭୩ରେ ସୀମୀତ ରହିଛି। ଏଠାରେ ଅନ୍ୟମାନେ ୨୫ ଆସନ ପାଇଛନ୍ତି । ଯେହେତୁ ମ୍ୟାଜିକ ନମ୍ବର ୧୦୧ ରହିଛି ତେଣୁ କଂଗ୍ରେସ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଢିବା ନିଶ୍ଚିତ ହୋଇପଡିଛି। ରାଜସ୍ଥାନରେ କଂଗ୍ରେସର ସଫଳତା ପରେ ବରିଷ୍ଠ ନେତା ଅଶୋକ ଗେହଲଟ୍ କହିଛନ୍ତି କି ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବ ସେ ନିଷ୍ପତ୍ତି ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନେବେ। ସେହିପରି ରାଜସ୍ତାନ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ସଚିନ୍ ପାଇଲଟ ନିର୍ବାଚନ ସଫଳତାର ଶ୍ରେୟ ରାହୁଲଙ୍କୁ ଦେଇଛନ୍ତି। ଅନ୍ୟପକ୍ଷରେ ପରାଜୟ ନେଇ କୌଣସି ବକ୍ତବ୍ୟ ରଖି ନାହାନ୍ତି ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ।