
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ମାର୍ଚ୍ଚ ୨୧ ରୁ ୨୩ ମାର୍ଚ୍ଚ ୨୦୨୦ ତିନିଦିନ ଧରି ରାଜସ୍ଥାନ ଜୟପୁର ଠାରେ ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ପାଦପତ୍ର ମହାସଂଘର ରାଷ୍ଟ୍ରୀୟଳ ଅଧିବେଶନ ଅନୁଷ୍ଠିତ ହେବ । ଭାରତ ବର୍ଷର ବିଭିନ୍ନ ସ୍ଥାନରୁ ଶତାଧିକ ସମ୍ବାଦପତ୍ରର ସମ୍ପାଦକ ଓ ପ୍ରକାଶକମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ପ୍ରତି ବୈମାତୃକ ମନୋଭାବ ଯୋଗୁଁ ବହୁ ସମ୍ବାଦପତ୍ର ଆଜି ପ୍ରକାଶିତ ହୋଇପାରୁନାହିଁ । ଆପଣମାନଙ୍କ ମନୋବଳ ଯୋଗୁଁ କେତେକ କ୍ଷେତ୍ରରେ ଏହା ସମ୍ଭବପର ହୋଇପାରୁଛି । ଏଥିସହ ବିଭିନ୍ନ ସମସ୍ୟା ସମ୍ପର୍କରେ ବିଚାର ବିମର୍ଶ କରାଯିବ । ଓଡ଼ିଶାରୁ ଏକ ପ୍ରତିନିଧି ଦଳ ଏହି ଅଧିବେଶନରେ ଯୋଗଦେବା ପାଇଁ ଯାଉଥିବା ରାଜ୍ୟ ସଭାପତି ରବି ରଥ ପ୍ରକାଶ କରିଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା