ଶେରଗଡ଼ (ସମୃଦ୍ଧ ଓଡିଶା) ରଜାଙ୍କ ଘରେ ଖଜା ଅଭାବ, ଖଜା କଥା ତ ଦୂରରେ ମୌଳିକ ଆବଶ୍ୟକତାରୁ ବଞ୍ଚିତ ହୋଇ ଯାଉଛନ୍ତି ଜନସାଧାରଣ । ଏହା ଏକ ଦୁଃଖର ବିଷୟ ଏଇଥି ପାଇଁ ଯେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହୋଇଥିବା ସତ୍ତ୍ଵେ ବି ଆବାସ ଯୋଜାରୁ ବଞ୍ଚିତ ହେଇ ଯାଉଛନ୍ତି । ହିଞ୍ଜିଳିକାଟୁ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକର ଧବଳପୁର ଗ୍ରାମପଞ୍ଚାୟତ ସୋଳସୋଲା ଗ୍ରାମରେ ଏହିଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଆଜକୁ ୩ ବର୍ଷ ପୂର୍ବେ ସ୍ବାମୀଙ୍କ ମୃତ୍ୟୁ ଘଟିଥିବା ବେଳେ ୨ଟି ଝିଅଙ୍କୁ ନେଇକି ସେ ବହୁତ୍ ଅଭାବ ଅନଟନରେ ଚଳି ଆସୁଛନ୍ତି । ଏ ନେଇ ସେ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ମାନଙ୍କୁ କହିଥିଲେ ମଧ୍ୟ ସେମାନେ ଏହାକୁ ଗୋଟିଏ କାନରେ ପୁରାଇ ଅନ୍ୟ ଏକ କାନ ବାଟେ ଛାଡି ଦେଇଛନ୍ତି । ବହୁ ପ୍ରଶାସନିକ ଅଧିକାରୀ ମାନେ ସେହି ରାସ୍ତା ଦେଇ ଯିବା ଆସିବା କରୁଥିବା ବେଳେ କେବେ ବି ଏହା ପ୍ରତି ନଜର ପକାଇ ନଥିବା ସ୍ଥାନୀୟ ବାସିନ୍ଦା କହିଛନ୍ତି, କାଳେ ପ୍ରଶାସନିକ ଅଧିକାରୀ ମାନଙ୍କ ଦାମୀ ଓ ଚକ୍ ଚକ୍ କରୁଥିବା ପୋଷାକରେ ଗରିବ ଘରର ଧୂଳି ମଳି ଲାଗି ଯାଇପରେ । ସେଠାକାର ସ୍ଥାନୀୟ ବାସିନ୍ଦା ଆବାସ ଯୋଜନାକୁ ନିଜର ଦିବା ସ୍ୱପ୍ନ ବୋଲି ମଧ୍ୟ ଭାବି ନେଇ ସାରିଲେଣି । ତଥାପି ଘଣ୍ଡେ଼ ଘର କରିଦେବା ପାଇଁ ଗ୍ରାମର ସାଧାରଣ ଜନତା ସ୍ଥାନୀୟ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି ।
ରିପୋର୍ଟ : ଆଶୁତୋଷ ପଟ୍ଟନାୟକ