

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ସ୍ଥାନୀୟ ଗଞ୍ଜାମ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ବାପୁଜୀ ଆଶ୍ରମ ଠାରେ ଭାରତ ରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କର ଶ୍ରାଦ୍ଧ ଦିବସ ପାଳନ କରାଯାଇଛି । ଏହି ପ୍ରରିପ୍ରେକ୍ଷୀରେ ରାଜୀବ ଗାନ୍ଧୀଙ୍କ ଫୋଟ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ କରି ଭାରତ ବର୍ଷ ଗଠନରେ ରାଜୀବ ଗାନ୍ଧୀଙ୍କ ଅବଦାନ ବିଷୟରେ ବକ୍ତାମାନେ ଆଲୋଚନା କରିଥିଲେ । ପଞ୍ଚାୟତ ରାଜ ବ୍ୟବସ୍ଥା, ବୈଷୟିକ ଜ୍ଞାନର ବିକାଶ, ୧୮ ବର୍ଷର ଯୁବକଙ୍କୁ ଭୋଟ ଦାନ ଅଧିକାର, ଦଳ ବିରୋଧୀ ଆଇନ, ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ନବଦ୍ୟୋର ବିଦ୍ୟାଳୟର ମାନ ପ୍ରତିଷ୍ଠା ପ୍ରଭୃତି ଉନ୍ନତିମୂଳକ କାର୍ଯ୍ୟ କରି ଦେଶବାସୀଙ୍କ ହୃଦୟରେ ଅମର ହୋଇ ରହିଯାଇଛନ୍ତି । ସମ୍ପ୍ରଦାୟିକତା ବାଦୀ, ଦେଶ ବିଭାଜନ କାରିମାନେ ଯେତେ ଉଦ୍ୟମ କଲେ ମଧ୍ୟ ରାଜୀବଙ୍କୁ ନ୍ୟୁନ କରିପାରିବେ ନାହିଁ । ଦେଶର ଅଖଣ୍ଡତାର ରକ୍ଷା ପାଇ ରଜିପ ଗାନ୍ଧୀ ପ୍ରାଣ ଦେଇଥିବା ବକ୍ତାମାନେ ପ୍ରକାଶ କରିବା ସହ ବିଜେପି ଓ ଆରଏସଏସମାନେ ଦେଶର ସ୍ୱାଧୀନତା ସଂଗ୍ରାମର ବିରୋଧୀ କରୁଥିବା ଓ ଇଂରେଜ ସରକାରର ଗୋଲାମ କରୁଥିବା ଦଳ ଆଜି ଦେଶ ଭକ୍ତ ଶିକ୍ଷା ନେବା ନିନ୍ଦାର ବିଷୟ, ଦେଶର ମହାପୁରୁଷମାନଙ୍କୁ ଯେଉଁ ନେତା ଓ ଦଳ ସମ୍ମାନ ଦେଉ ନାହାନ୍ତି ସେମାନେ ଦେଶ ଓ ଜାତିର ଶତୃ ବୋଲି ବକ୍ତାମାନେ ପ୍ରକାଶ କରିଛନ୍ତି । ଏହି ସଭାରେ ଜିଲ୍ଲା ସଭାପତି ଡ. ତ୍ରିନାଥ ବେହେରା ସଭାପତିତ୍ୱ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ପୀତବାସ ପଣ୍ଡା, ମହିଳା କଂଗ୍ରେସ ସଭାପତି ଶ୍ରୀମତୀ ସ୍ୱରୂପା ତ୍ରିପାଠୀ, କେ. ଗୀତା ରାଓ, ଶିବରାମ ପାତ୍ର, ପ୍ରମୋଦ ଜେନା, ସାଇରାମ ପାତ୍ର, ରାଜ ପାଣିଗ୍ରାହୀ, ପଦ୍ମ ଚରଣ ସାହୁ, ସଞ୍ଜୟ ସ୍ୱାଇଁ, ରାଜୀବ ଖୁଣ୍ଟିଆ, ଆର. କାଶୀ, ସିଦ୍ଧାନ୍ତ କୁମାର ସାହୁ, ଲକ୍ଷ୍ମଣ, ଭାସ୍କର ବେହେରା, ବାବୁଲା ନାୟକ, ପ୍ରଶାନ୍ତ ସାହୁ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା
