

ଛତ୍ରପୁର (ସମୃଦ୍ଧ ଓଡିଶା) ରାଜୀବ ଗାନ୍ଧୀ ପଞ୍ଚାୟତରାଜ ସଂଗଠନର ଛତ୍ରପୁର ବ୍ଳକର ପୁରୁଣା ଛତ୍ରପୁର ଠାରେ ସାଂଗଠନିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ପଞ୍ଚାୟତ ସ୍ତରରେ ସକ୍ରିୟ ହୋଇ କାର୍ଯ୍ୟକ୍ରମକୁ ଆଗକୁ ବଢାଇବା ପାଇଁ କାର୍ଯ୍ୟକର୍ତାମାନେ ଦାୟିତ୍ୱ ଗ୍ରହଣ କରିଛନ୍ତି । ରାଜୀବ ଗାନ୍ଧୀ ପଞ୍ଚାୟତ ରାଜ ସଂଗଠନ(RGPRS)ର ଗଂଜାମ ଓ ଗଜପତି ଜିଲ୍ଲା ସଂଯୋଜକ ବିସ୍ମୟ ମହାପାତ୍ର, RGPRS ଛତ୍ରପୁର ବ୍ଳକ ସଂଯୋଜକ କ୍ରିଷ୍ନା ରେଡ୍ଡି ଓ RGPRS ଏନଏସି ସଂଯୋଜକ ଶ୍ରୀନିବାଶ୍ ଓ ବରିଷ୍ଠ ସକ୍ରିୟ ନେତା ଭାଗିରଥି ବେହେରା ଓ ଛାତ୍ର ନେତା ମହେଶ, ଦିପକ ରାଉଳ, ପାପା ରାଓ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଭାଗିରଥି ବେହେରା ପରିବେଶ ସୁରକ୍ଷା ବିଷୟରେ ବୁଝାଇ ଆମ୍ବ ଚାରା ଗ୍ରାମବାସିଙ୍କ ମଧ୍ୟରେ ବଣ୍ଟନ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା


