

ଛତ୍ରପୁର (ସମୃଦ୍ଧ ଓଡିଶା) ଆଇ.ଏନ.ଏସ ଚିଲିକା ଭାରତୀୟ ନୌସେନାର ପ୍ରାରମ୍ବିକ ନାବିକ ପ୍ରଶିକ୍ଷଣ କେନ୍ଦ୍ରର ୪୦ତମ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଦୁଇ ଦିନ ଧରି ଚାଲିଥିଲା । ଏହି ଦୁଇ ଦିନ ଆଇ.ଏନ.ଏସ ଚିଲିକାର ଭାରତୀୟ ନୌସେନା ପ୍ରତି ଚାରି ଦଶନ୍ଧିର ଗୌରବ ପୂର୍ଣ୍ଣ ଉପହରଣ କାର୍ଯ୍ୟରେ ଓଡ଼ିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ । ୨୦ ଫେବୃୟାରୀ ଦିନ ରାଜ୍ୟପାଳ ଏଠାକୁ ଆସି ଯୁଦ୍ଧ ସ୍ମାରକୀରେ ପୁଷ୍ପ ଚକ୍ର ପ୍ରଦାନ କରି ନାବିକ ମାନଙ୍କୁ ନିଜର ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ଯେଉଁମାନେ ନିଜ କର୍ତ୍ତବ୍ୟ ସମୟରେ ପ୍ରାଣଦାନ କରିଥିଲେ । ତତପରେ ତାଙ୍କୁ ଆଇ.ଏନ.ଏସ ଚିଲିକାର ଇତିହାସ, ଭୂମିକା ତଥା ଦାୟିତ୍ୱ ଏବଂ ରାଜ୍ୟପ୍ରତି ଏହାର ବିଭିନ୍ନ ସଂଯୋଗର ସାମାନ୍ୟ ଉପ ସ୍ଥାପନା କରାଯାଇଥିଲା । ତତପରେ ବିଭିନ୍ନ ପ୍ରଶିକ୍ଷଣ ସୁବିଧା ବୁଲି ଦେଖିଥିଲେ । ରାଜ୍ୟପାଳ ସ୍ଥାନୀୟ ନିବାସୀଙ୍କୁ ଭାରତର ଦୃଷ୍ଟି ଏବଂ ଭାରତକୁ ପୁନଶ୍ଚ ଗୌରବପୂର୍ଣ୍ଣ ଅତୀତ ଆରହଣ ସମ୍ପର୍କରେ ଏବଂ ନାଗରିକ ମାନଙ୍କ କର୍ତ୍ତବ୍ୟ ସମ୍ବନ୍ଧରେ ସମ୍ବୋଧନ କରିଥିଲେ । ୨୧ ଫେବୃୟାରୀ ରିଖ ଦିନ ରାଜ୍ୟପାଳ ଏକ ଘରୋଇ ସାଂସ୍କୃତିକ କାର୍ଯ୍ୟକ୍ରମ ଯାହା ଜାତୀୟ ଏକତା ଓ ଐକୀକରଣକୁ ଉପଭୋଗ କରିଥିଲେ । ସେ ମଧ୍ୟ ପରମ୍ପରାଗତ ବାର୍ଷିକ ପିଠା କଟା ଉତ୍ସବରେ ଉପସ୍ଥିତ ରହି ତତପରେ ପ୍ରଥାନୁସାରେ ବଡାଖାନାରେ ଯୋଗଦେଇ ଭାରତର କ୍ଷୁଦ୍ରତମ ନିବାସୀଙ୍କ ସହ ବାର୍ତ୍ତାଳପ କରିଥିଲେ । ସେ ରାଷ୍ଟ୍ର ପ୍ରତି ସ୍ଥାନୀୟ ଉଭୟ ସୈନିକ ଓ ଅସୈନିକ କର୍ମଚାରୀମାନଙ୍କ ଅତ୍ୟନ୍ତ ଉତ୍କୃଷ୍ଟ ଯୋଗଦାନକୁ ତାଳିମାରି ଅନୁମୋଦନ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା









