ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତକାଲି ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ଵାରା ଶିକ୍ଷକ ପ୍ରସନ୍ନ କୁମାର ନାୟକଙ୍କ ବିଜ୍ଞାନ ସମ୍ଵନ୍ଧୀୟ ଲିଖିତ ପୁସ୍ତକ “ଶରୀର ଗାଥା” ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜାତୀୟ ଇଂରାଜୀ ସମ୍ବାଦ ପତ୍ର ସହ ଅନ୍ତର୍ଜାତୀୟ ସାମାଜିକ ଗଣ ମାଧ୍ୟମ ଆଇ ୱାଇ ଏ ନ୍ୟୁଜ (IYA NEWS)ର ସମ୍ପାଦିକା ତଥା ଯୁବ ବର୍ଗର ପ୍ରେରଣା, ଯୁବ ବର୍ଗର ସ୍ୱର INDIAN YOUTH ASSOCIATION ସଂଗଠନର ସମ୍ପାଦିକା ସୁଶ୍ରୀ ଏନ ଏଚ ପ୍ରିୟା ଗଡ଼ ନାୟକ ପ୍ରମୂଖ ଯୋଗ ଦେଇଥିଲେ । ଶିକ୍ଷକ ଶ୍ରୀ ନାୟକ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗାରଗାଁ ସ୍ଥିତ ଦଣ୍ଡପାଣି ସୁମନ୍ତରାୟ ଉଚ୍ଚ ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ ଭାବେ କାର୍ଯ୍ୟରତ ଅଛନ୍ତି । ପେସାରେ ଶିକ୍ଷକତା ସହିତ ନିଶାରେ ସେ ଏକାଧାରାରେ ଜଣେ ଲେଖକ, କବି, ସମାଜସେବୀ ଏବଂ ପରୋପକାରୀ, ଛାତ୍ରବତ୍ସଳ ଶିକ୍ଷକ ଅଟନ୍ତି । ଆଗରୁ ମଧ୍ୟ ତାଙ୍କର ସ୍ଵରଚିତ ପୁସ୍ତକ ପ୍ରକାଶିତ ହୋଇଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶିକ୍ଷକ ଶ୍ରୀ ନାୟକଙ୍କୁ ପ୍ରସଂସା କରିବା ସହ ଆଗକୁ ଏଭଳି ପୁସ୍ତକ ଲେଖିବା ପାଇଁ ପ୍ରେରଣା ଦେଇଥିଲେ ଏବଂ ରାଜ୍ୟପାଳ “ଶରୀର ଗାଥା” ପୁସ୍ତକ ଟିକୁ ପଢି ଖୁସିବ୍ୟକ୍ତ କରିଥିଲେ । ଏହାସହ ଶିକ୍ଷକ ଶ୍ରୀ ନାୟକଙ୍କ ସ୍ଵରଚିତ ପୁସ୍ତକଟି ଓଡ଼ିଶାର ମହାମହିମା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କରକମଳରେ ଉନ୍ମୋଚିତ ହୋଇଥିବା ହେତୁ ଶିକ୍ଷକ ପ୍ରସନ୍ନ କୁମାର ନାୟକ ମଧ୍ୟ ଖୁସିବ୍ୟକ୍ତ କରିଥିଲେ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା