ରାଜ୍ୟରେ ଓକିଲ ସଂଘ ନିର୍ବାଚନ ଘୋଷଣା : ତତ୍ପରତା ବୃଦ୍ଧି…

ଜଳେଶ୍ୱର (ସମୃଦ୍ଧ ଓଡିଶା) ପ୍ରତିସ୍ତରରେ ନିର୍ବାଚନ ଗୁଡିକରେ ସ୍ୱଚ୍ଛତା, ନିରପେକ୍ଷତା ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ ରାଜ୍ୟରେ ଓକିଲ ସଂଘ ଗୁଡିକର ନିର୍ବାଚନ ପ୍ରତି ଧ୍ୟାନ ଦିଆଯାଇଛି । ସରକାରଙ୍କ ଚିଠି ନଂ ଓଏସ୍‌ବିସି୯୮୭/୨୦ ତା ୧୦-୨-୨୦ ଅନୁଯାୟୀ ଚଳିତ ବର୍ଷ ରାଜ୍ୟ ସମସ୍ତ ବାର୍ ଗୁଡିକରେ ନିର୍ବାଚନ ଏକ ସମୟରେ ମାର୍ଚ ୨୮ ତାରିଖରେ ହେବ ବୋଲି ଘୋଷଣା ହୋଇଛି । ଏଣିକି ୱାନ୍ ବାର୍‌, ୱାନ ଭୋଟ, ଇନ୍ ଏ ଇଆର୍ ନିତୀ ପ୍ରଚଳର ହୋଇଛି । ଫେବୃଆରୀ ୨୯ତାରିଖ ସୁଦ୍ଧା ପ୍ରତ୍ୟେକ ବାର୍‌ରେ ନିର୍ବାଚନ ଅଧିକାରୀ ନିଯୁକ୍ତି ଏବଂ ମାର୍ଚ୍ଚ ୫ ଓ୬ ତାରିଖରେ ମନୋନୟନ ପତ୍ର ଦାଖଲ ୭ ତାରିଖରେ ଯାଞ୍ଚ, ୧୩ ତାରିଖରେ ମନୋନୟନପତ୍ର ପ୍ରତ୍ୟାହାର ଓ ୧୪ ତାରିଖରେ ପ୍ରାର୍ଥୀମାନଙ୍କର ତାଲିକା ପ୍ରକାଶନ ନିମନ୍ତେ ଘୋଷଣା କରାଯାଇଛି । ମାର୍ଚ୍ଚ ୨୮ତାରିଖ ସକାଳ ୮ରୁ ୨ଟା ମଧ୍ୟରେ ଭୋଟ ଗ୍ରହଣ ଓ ୩ଟା ରେ ଫଳାଫଳ ଘୋଷଣା ହେବ ବୋଲି ଉଲ୍ଳେଖ କରାଯାଇଛି ।

ରିପୋର୍ଟ : ଭୂପତି କୁମାର ପରିଡା