ରାଜ୍ୟସରକାରଙ୍କ ବିରୁଦ୍ଧରେ ଥାନାରେ ଏତଲା ଦେଲା ବିଜେପି

ଭୁବନେଶ୍ୱର(ଆକାଶ ମିଶ୍ର)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେରାଜ୍ୟର ଏକ କୋଟିରୁ ଉଦ୍ଧ୍ୱର୍ ଲୋକ ଉପକୃତ ହୋଇଛନ୍ତି ବୋଲି ଯେଉଁ ତଥ୍ୟ ଉପସ୍ଥାପନା କରୁଛନ୍ତି ତାହା ସମ୍ପୃର୍ଣ୍ଣ ମିଥ୍ୟା, ଅବିଶ୍ୱସନୀୟ ଏବଂ ବିନା ପ୍ରମାଣ ଆଧାରିତ । ମିଥ୍ୟା ତଥ୍ୟର ସୌଦାଗର ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଆଗରୁ ବିଜୁ ପକ୍କାଘର ମାମଲାରେ ମିଛ ତଥ୍ୟ ଦେଇଥିଲେ । ଏବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏକ କୋଟି ଲୋକ ଉପକୃତ ହେବା ବୋଲି ଗଣମାଧ୍ୟମକୁ ମିଥ୍ୟା ବିବୃତି ଏବଂ ବିଜ୍ଞାପନ ଦେବା ମୁଖ୍ୟମନ୍ତ୍ରୀଙ୍କର ଆଉ ଏକ ମିଛ ବୋଲି ବିଜେପି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି ଅଭିଯୋଗ କରିଛନ୍ତି । ଲୋକମାନଙ୍କୁ ବିଭ୍ରାନ୍ତ କରି ଏପରି ତଥ୍ୟ ଦେବା ବେଆଇନ ଏବଂ ଅପରାଧ ସହ ସମାନ ବୋଲି ରାଜ୍ୟ ବିଜେପି ପକ୍ଷରୁ କୁହାଯିବା ସହ କ୍ୟାପିଟାଲ ଥାନାରେ ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗ ଏବଂ ଲୋକ ସର୍ମ୍ପକ ବିଭାଗ ସଚବି ଙ୍କ ବିରୋଧରେ ଏତଲା ଦିଆଯାଇଛି । ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କ୍ୟାପିଟାଲ ଥାନାରେ ସ୍ୱାସ୍ଥ୍ୟ ବିଭାଗ ଏବଂ ଲୋକ ସର୍ମ୍ପକ ବିଭାଗର ସଚିବଙ୍କ ବିରୋଧରେ ଲିଖିତ ଅଭିଯୋଗ କରିବା ସହ ସରକାରୀ ଅର୍ଥରେ ମିଥ୍ୟା ବିଜ୍ଞାପନ ଦେଇ ଜନମତକୁ ବ୍ରିଭାନ୍ତ କରିବା ଅପରାଧରେ ସେମାନଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବା ସହ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ, ୨୦୧୬-୧୭ରେ ରାଜ୍ୟରେ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା, ବିଜୁ କୃଷକ କଲ୍ୟାଣ ଯୋଜନା, ଓଡିଶା ଷ୍ଟେଟ ଟ୍ରିଟମେଂଟ ଫଣ୍ଡ ଏହି ସମୁଦାୟ ତେି ନାଟି ଯୋଜନାରେ ସମୁଦାୟ ୧୨ ଲକ୍ଷ ୬୦ ହଜାର ଲୋକ ଉପକୃତ ହୋଇଥିଲେ । ହେଲେ ମାତ୍ର ୨ ମାସ ଭିତରେ କିପରି ଭାବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏକ କୋଟି ଲୋକ ଉପକୃତ ହେଲେ ତାହା ସମ୍ପୃର୍ଣ୍ଣ ସନ୍ଦେହ ଜନକ । ସେହିପରି ଜୁନ ୨୦୧୮ରେ ରାଜ୍ୟ ସରକାର ଘୋଷଣା କରିଥିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନୂଆ ସ୍ମାର୍ଟ କାର୍ଡ ଦେବେ ବୋଲି । ହେଲେ ଏବେ ସୁଦ୍ଧା କାର୍ଡ କାହାକୁ ଦିଆଯାଇନଥିବା ବେଳେ ଏହା କେଉଁ ଏଜେନ୍ସି କରିବ ତାହାବି ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ଏପରି ସ୍ଥିତିରେ ଏକ କୋଟିର ହିସାବ ରାଜ୍ୟ ସରକାର କେଉଁଠୁ ଆଣିଲେ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ସେହିପରି ସରକାରୀ ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ଔଷଧ ମିଳୁନାହିଁ, ଅପରେସନ ସୁବିଧା ନାହିଁ, ଆଇସିୟୁ ସୁବିଧା ନାହିଁ, ଅତ୍ୟାଧୁନିକ ଯନ୍ତ୍ରପାତି ନାହିଁ, ମେସିନ ଚଳାଇବା ପାଇଁ ଟେକନିସିଆନ ନାହାନ୍ତି, ନର୍ସ ପଦବୀ ଖାଲି ପଡିଥିବାବେଳେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଲୋକମାନେ କିପରି ଉପକୃତ ହେଉଥିବ ତାହା ସହଜରେ ଅନୁମେୟ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏତଲା ଦେବା ସମୟରେ ରାଜ୍ୟ ସଂପାଦକ ଦିଲୀପ ମଲିକ ଓ ଲେଖାଶ୍ରୀ ସାମନ୍ତ ସିଂହାର, ମୁଖପାତ୍ର ଦିଲୀପ ମହାନ୍ତି ଓ ଗୋଲକ ମହାପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଟିଂଆ, କୃଷକ ମୋର୍ଚ୍ଚାର ସଂପାଦକ ଶ୍ରୀରଂଜନ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ ।