ରାଜ୍ୟସ୍ତରୀୟ ନୌବାଣିଜ୍ୟ ସ୍ମୃତି ଅନୁଭୂତି ସାହିତ୍ୟ କର୍ମଶାଳା

କଟକ(ସମୃଦ୍ଧଓଡିଶା)କୈବଲ୍ୟ ସାହିତ୍ୟ ସଂସଦର ୬୧ ତମ ରାଜ୍ୟସ୍ତରୀୟ ସ୍ମୃତି ଅନୁଭୂତି ସାହିତ୍ୟ କର୍ମଶାଳା ବାଣିପୀଠ ଶ୍ରୀ ରାମଚନ୍ଦ୍ର ଭବନ, କଟକରେ ଅନୁଷ୍ଟିତ ହୋଇ ଯାଇଛି । ବାଲିଯାତ୍ରା ଅବସରରେ ଏହା କଥା ଓ କବିତା ଝଙ୍କାର । ପ୍ରଥମ ଅଧିବେଶନରେ ରାଜ୍ୟସ୍ତରୀୟ ବାଲିଯାତ୍ରା ଏବଂ ନୌବାଣିଜ୍ୟ ଶୀର୍ଷକରେ ଓଡ଼ିଶାର ପଚିଶ ଗୋଟି ଜିଲ୍ଲାରୁ ଆସିଥିବା କବି ଓ କବୟିତ୍ରୀ ବୃନ୍ଦ ନୂତନ ଧାରାରେ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଶିଷ୍ଟ ସାହିତ୍ୟିକ ଡ଼କ୍ଟର ମହେଶ୍ୱର ମହାନ୍ତି ଉଦ୍ ଘାଟନ କରି ଅନୁଷ୍ଠାନର ସୁଦୂର ପ୍ରସାରି ନୂତନ କାର୍ଯ୍ୟକ୍ରମ କୁ ଭୂୟସୀ ପ୍ରଶଂସା କରିଥିଲେ । କୈବଲ୍ୟ ସାହିତ୍ୟ ସଂସଦର ପ୍ରତିଷ୍ଠାତା ଡ଼କ୍ଟର ସଂଗ୍ରାମ କେଶରୀ ସାମନ୍ତରାୟ ସଭାପତିତ୍ଵ କରି ଅତୀତରେ ନୌବାଣିଜ୍ୟ ସାଧବ ପୁଅ ମାନଙ୍କ ଜୀବନ ଜୀବିକା ର ମାଧ୍ୟମ ଥିଲା ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ପ୍ରାକ୍ତନ ବିଚାରପତି ( ସି.ବି.ଆଇ ) ଶ୍ରୀ ଭିକାରୀ ଚରଣ ରାଉତ ନୌବାଣିଜ୍ୟ ସଂସ୍କୃତି ଉତ୍କଳୀୟ ସାମାଜିକ ଜୀବନକୁ ସମୃଦ୍ଧ କରି ପାରିଛି ବୋଲି ସ୍ପଷ୍ଟ କରିଥିଲେ । ମୁଖ୍ୟ ବକ୍ତା ବିଶିଷ୍ଟ ସାହିତ୍ୟ ଓ ସଂସ୍କୃତି ଗବେଷକ ବିଜୟ ମଲ୍ଲ ନୌବାଣିଜ୍ୟ ଉତ୍କଳୀୟ ସଂସ୍କୃତିର ସୂକ୍ଷ୍ମ ପରିଚୟ ବୋଲି ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ସମ୍ମାନିତ ଅତିଥି ଭାବେ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ଜେନା , ଆଇ. ଏ.ଏସ ଶ୍ରୀଯୁକ୍ତ ବିଜୟ ଦାସ , ନାଟ୍ୟକାର ଓ ସ୍ତମ୍ଭକାରଡଃ ତୋଫାନ ଜେନା,ଶ୍ରୀଯୁକ୍ତ ବିପିନ୍ ବିହାରୀ ବାରିକ ଶ୍ରୀଯୁକ୍ତ ବିପିନ ଦଳାଇ , ଶ୍ରୀଯୁକ୍ତ ପ୍ରେମଚାନ୍ଦ ମହାନ୍ତି, ଡ଼ଃ ମହେଶ୍ୱର , ବରିଷ୍ଠ ସାମ୍ବାଦିକ ଡ଼କ୍ଟର ଶ୍ୟାମା ପ୍ରସାଦ ମିଶ୍ର, ଡ଼କ୍ଟର ଯଶୋବନ୍ତ ସାମଲ, କଥାକାର ଏବଂ ସାହିତ୍ୟିକ ଏବଂ ଡ଼କ୍ଟର ସ୍ନେହାଶ୍ରୀ ସ୍ୱାଇଁ, ସାହିତ୍ୟିକା ଏବଂ ସମାଜସେବୀ ଯୋଗଦେଇ ନୌବାଣିଜ୍ୟ ଏବଂ ବାଲିଯାତ୍ରା ଉତ୍ସବ ବିଷୟରେ ନିଜସ୍ଵ ସ୍ମୃତି ଅନୁଭୂତି ବ୍ୟାଖ୍ୟା କରିଥିଲେ । ପ୍ରଥମ ଅଧିବେଶନରେ କବୀ ପ୍ରବାସିନୀ ମିଶ୍ର କବିତା ସଂଯୋଜନା କରିଥିଲେ । ଦ୍ଵିତୀୟ ଅଧିବେଶନରେ ଡ଼କ୍ଟର ପ୍ରଶାନ୍ତ କୁମାର ମହାରଣା, ବରିଷ୍ଠ ଅଧ୍ୟାପକ ଓଡ଼ିଆ ବିଭାଗ ମଞ୍ଚ ପରିଚାଳନା କରିଥିଲେ ।କୈବଲ୍ୟ ସାହିତ୍ୟ ସଂସଦର ବିଶ୍ଵ ଆଧ୍ୟାତ୍ମିକ ଚେତନା ପତାକା ର ଶୁଭ ଲୋକାର୍ପଣ କରାଯାଇଥିଲା । ଶିଶୁ କଳାକାର ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ । ଶ୍ରୀଯୁକ୍ତ ବିଜୟ ମଲ୍ଲ ଙ୍କୁ ଓଡ଼ିଶା ନୌବାଣିଜ୍ୟ ସଂସ୍କୃତି ସମ୍ମାନ ୨୦୨୪ ଏବଂ ଯୁବ ବର୍ଗରେ ତ୍ରିଷା ରାୟଙ୍କୁ ଓଡ଼ିଶା ନୌବାଣିଜ୍ୟ ସଂସ୍କୃତି ସମ୍ମାନ ପ୍ରଦାନ କରାଯାଇଥିଲା । ଦୁଇ ଶହ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପାଞ୍ଚଗୋଟି ସେବା ଅନୁଷ୍ଠାନକୁ ଓଡ଼ିଶା ନୌବାଣିଜ୍ୟ ସେବା ସମ୍ମାନ ପ୍ରଦାନ କରାଯାଇଥିଲା ।ଯୁବ କବି ଶ୍ରୀମାନ ତନ୍ମୟ ବାରିକ ଙ୍କ କବିତା ସଙ୍କଳନ “ଦୂର ପାହାଡ଼ର ଡାକ” , କବୟିତ୍ରୀ ସଂହିତା ଜେନା ଙ୍କ ପୁସ୍ତକ ” ସବୁଜ ବଳୟ ” ଏବଂ ଡ଼କ୍ଟର ପ୍ରଶାନ୍ତ କୁମାର ମହାରଣାଙ୍କ କବିତା ପୁସ୍ତକ ” ମୋ ପ୍ରିୟ ପୃଥିବୀ ଏବଂ ଅନ୍ୟାନ୍ୟ କବିତା ” ର ଶୁଭ ଉନ୍ମୋଚନ କରାଯାଇଥିଲା । ଝାରସୁଗୁଡ଼ା ନିବାସୀ କବି ଅରୁଣ ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ।

ରିପୋର୍ଟ : ରଜତ ମହାପାତ୍ର 

Leave a Reply

Your email address will not be published. Required fields are marked *