




ଛତ୍ରପୁର(ସମୃଦ୍ଧ ଓଡିଶା) ଛତ୍ରପୁର ନିର୍ବାଚନ ମଣ୍ଡଳୀ କଂଗ୍ରେସ କମିଟି ପକ୍ଷରୁ ଆଜି ଛତ୍ରପୁର ଡ଼ିଆରଡିଏ ଛକ ନିକଟରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କୁ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଥିଲା I ଏଥିସହ ତାଙ୍କ ସହିତ ଥିବା ମୋହନା ବିଧାୟକ ଦାଶରଥି ଗମାଙ୍ଗଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା I ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ଅନୁସୂଚିତ ସେଲ୍ ସଂଯୋଜକ ଭାଗିରଥି ବେହେରାଙ୍କ ନେତୃତ୍ବରେ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇ ଏହି ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ସମୟରେ ପୂର୍ବତନ ସରପଞ୍ଚ ଟି. କ୍ରିଷ୍ଣା ରେଡ୍ଡୀ, ଗଞ୍ଜାମ ବ୍ଲକ ସଭାପତି ଗଣେଶ ରେଡ୍ଡୀ. ବ୍ରହ୍ମପୁର ଲୋକସଭା ମଣ୍ଡଳୀ ଯୁବ କଂଗ୍ରେସ ଓ ଗଣ ମାଧ୍ୟମ ସଂଯୋଜକ ମହେଶ କୁମାର ଗୌଡ଼, ଛାତ୍ର କଂଗ୍ରେସ ସଭାପତି ଚକ୍ରପାଣି ପଲେଇ, ଭବାନୀ ବେହେରା,ବାବୁ ନାହାକ, ଅଶୋକ ପଟ୍ଟନାୟକ, ଗଣପତି ବାରିକ, କୁନି ନାୟକ,ହୃଷୀକେଶ ବେହେରା, ଆଦିତ୍ୟ ନାରାୟଣ ଦାସ, ଗଗନ ଦଳେଇ, ସାଗର ଦୋରାଙ୍କ ସମେତ ବହୁ କଂଗ୍ରେସ କର୍ମୀ ଅଂଶ ଗ୍ରହଣ କରି ଥିଲେ।
ରିପୋର୍ଟ : ନିମାଇ ଚରଣ ପଣ୍ଡା


