


ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଷ୍ଟାଡିୟମ ପରିସରରେ ଗଞ୍ଜାମ ଜିଲ୍ଲା ଖେଳ ସଂସଦ ତରଫରୁ ଅନୁଷ୍ଠିତ ହୋଇଥିବା ଜିଲ୍ଲା ବକ୍ସିଂ ଚୟନ ଶିବିରରେ ୫ ଜଣ ବାଳକ ଓ ୧୩ ଜଣ ବକ୍ସରଙ୍କୁ ଚୟନ କରାଯାଇଥିଲା । ରାଉରକେଲାରେ ଅନୁଷ୍ଠିରେ ରାଜ୍ୟସ୍ତରୀୟ ଜୁନିୟର ବକ୍ସିଂ ଦଳ ଚୟନରେ ଭାଗ ନେବା ପାଇଁ ଏହି ୧୮ ଜଣ ଖେଳାଳି ଗତକାଲି ଟ୍ରେନ ଯୋଗେ ଯାତ୍ରା କରିଛନ୍ତି । କୋଚ ମ୍ୟାନେଜର ଭାବେ ସୁମନ ଦାଶ, ବୁଲୁ ପାତ୍ର, ଲିଟୁ ଦାସ, ଶିବରାମ ପାତ୍ର, ଶିଶିର କୁମାର ପାଣିଗ୍ରାହୀ ଏହି ବକ୍ସରଙ୍କ ସହ ଯାତ୍ରା କରିଛନ୍ତି । ଏହି ଦଳ ଭଲର ଖେଳ ପ୍ରଦର୍ଶନ କରିବା ବୋଲି ଜିଦିଏଏର ସମ୍ପାଦକ ଅଶୋକ ସାହୁ, ଉପସଭାପତି ତାରିଣୀ ସାମନ୍ତରାୟ, ଉପେନ୍ଦ୍ର ପଟ୍ଟନାୟକ, ବସନ୍ତ ପାଣିଗ୍ରାହୀ, ବକ୍ସିଂ ସମ୍ପାଦକ କେ. ପ୍ରଭାତ ରାଓ, କୋଚ ଅରକ୍ଷୀତ ପାଣିଗ୍ରାହୀ, ଅନ୍ତର୍ଜାତୀୟ ବକ୍ସର ମମତା ପଣ୍ଡା, ଲଡୁ କିଶୋର ସାହୁ ଓ ବ୍ରହ୍ମପୁର ଷ୍ଟାଡିୟମରେ ଅଭ୍ୟାସରତ କରୁଥିବା ସମସ୍ତ ବକ୍ସରମାନେ ଶୁଭେଚ୍ଛା ଜଣାଇଛନ୍ତି ।
ରିପୋର୍ଟ : ନିମାଇଁ ଚରଣ ପଣ୍ଡା




