ରାଜ୍ୟ ବିଜେପି ଅଫିସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି : ସଙ୍ଗଠକ ମାନଙ୍କୁ ପ୍ରଶଂସା କଲେ ଓ ବିଜୟର ଗୁରୁମନ୍ତ୍ର ଦେଲେ

ଭୁବନେଶ୍ୱର(ସମୃଦ୍ଧଓଡିଶା) ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରରେ ପହଞ୍ଚି ସିଧାସଳଖ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ଗଲେ । ବାୟୁସେନାର ସ୍ୱତନ୍ତ୍ର ବିମାନରେ ସେ ଆସି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଅବତରଣ କରିବା ପରେ ମୋଦିଙ୍କୁ ଓଡ଼ିଶା ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା । ପରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସେ ବିଜେପି ରାଜ୍ୟ କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲେ । ସନ୍ଧ୍ୟା ବେଳେ ରାଜ୍ୟ ବିଜେପି କାର୍ଯ୍ୟାଳୟରେଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ଏହି ବୈଠକରେ ଯୋଗଦେଇଥିଲେ ମୋଦି। ଆଉ ଦଳୀୟ କର୍ମକର୍ତ୍ତାଙ୍କ ସହ ସମୀକ୍ଷା ବୈଠକରେ ଯୋଗଦେଇ ସଙ୍ଗଠକ ମାନଙ୍କୁ ପ୍ରଶଂସା କରିବା ସହ କିଏ କେଉଁ ଦାୟିତ୍ୱରେ ଅଛନ୍ତି ଗୋଟି ଗୋଟି ପଚାରି ବୁଝିଥିଲେ ଓ ବିଜୟ ପାଇଁ ସେମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ପରେ ବର୍ତ୍ତମାନ ସେ ସେଠାରୁ ରାଜ ଭବନ ଯାଇଛନ୍ତି ସେଠାରେ ରାତ୍ରିଯାପନ କରିବେ । ଆସନ୍ତାକାଲି ସକାଳେ ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କରିବେ। ତା’ପରେ ଶ୍ରୀକ୍ଷେତ୍ରରେ ରୋଡ୍‌ ଶୋ’ କରି ଲୋକସଭା ଓ ବିଧାନସଭା ପ୍ରାର୍ଥୀଙ୍କ ପାଇଁ ଭୋଟ୍‌ ଭିକ୍ଷା କରିବେ। ପୁରୀରେ ରୋଡ୍‌ ଶୋ କରି ସେ ଅନୁଗୋଳ ଓ କଟକ ଯିବେ। ଉଭୟ ସ୍ଥାନରେ ହେବାକୁ ଥିବା ଜନସଭାକୁ ସେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ମୋଦିଙ୍କ ଏହି ଗସ୍ତ ବିଜେପି ଶିବିରରେ ଉତ୍ସାହ ଆହୁରି ବଢ଼ାଇଦେଇଛି । ରାଜଭବନରେ ପହଁଞ୍ଚି ମୋଦୀ ଓଟିଭି କୁ ସ୍ୱତନ୍ତ୍ର ସାକ୍ଷାତକାର ଦେବାର କାର୍ଯ୍ୟକ୍ରମ ରହିଛି ।

ରିପୋର୍ଟ : ସୁଧୀର ପଟ୍ଟନାୟକ