
ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟ ମୁଖ୍ୟ ର୍ନିବାଚନ ଅଧିକାରୀ ସୁରେନ୍ଦ୍ର କୁମାର ରାଜ୍ୟପାଳ ଗଣେଶୀ ଲାଲଙ୍କୁ ସାକ୍ଷତ କରିଛନ୍ତି । ୨୦୧୯ ସାଧାରଣ ର୍ନିବାଚନରେ ନବ ର୍ନିବାଚିତ ବିଧାୟକଙ୍କ ପୂର୍ଣ୍ଣାଙ୍ଗ ତାଲିକା ଓ ଫଳାଫଳ ସମ୍ବନ୍ଧରେ ରାଜ୍ୟପାଳଙ୍କୁ ଅବଗତ କରାଇଛନ୍ତି ସିଇଓ । ସୂଚନା ଅନୁଯାୟୀ ରାଜ୍ୟ ମୁଖ୍ୟ ର୍ନିବାଚନ ଅଧିକାରୀ ଏବଂ ସ୍ୱତନ୍ତ୍ର ଟିମ୍ ରାଜଭବନ ଯାଇ ରାଜ୍ୟପାଳଙ୍କୁ ସାକ୍ଷାତ କରିଛନ୍ତି । ରାଜ୍ୟରେ ଉଭୟ ଲୋକସଭା ଓ ବିଧାନସଭା ର୍ନିବାଚନ ହୋଇଥିଲା ବେଳେ ୨୩ ତାରିଖରେ ଫଳାଫଳ ପ୍ରକାଶ ପାଇବା ପରେ ଜାତୀୟ ର୍ନିବାଚନ କମିଶନଙ୍କ ଦ୍ୱାରା ଦିଆଯାଇଥିବା ବିଧିବଦ୍ଧ ବିଧାୟକ ତାଲିକାକୁ ରାଜ୍ୟପାଳଙ୍କୁ ସାକ୍ଷାତ କରି ପ୍ରଦାନ କରିଛନ୍ତି ରାଜ୍ୟ ମୁଖ୍ୟ ର୍ନିବାଚନ ଅଧିକାରୀ ସୁରେନ୍ଦ୍ର କୁମାର ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା