ପାରଳାଖେମୁଣ୍ଡି (ସମୃଦ୍ଧ ଓଡିଶା) ଗଜପତି ଜିଲ୍ଲା ରାୟଗଡ ବ୍ଲକ କଇଁପୁର ପଞ୍ଚାୟତ ଅନ୍ତର୍ଗତ ପାହାଡ ତଳିଆ ଆଦିବାସୀ ଅଧ୍ୟୁଷିତ ନୂଆଗାଁ ଗ୍ରାମ ଅଞ୍ଚଳବାସୀ ପୂର୍ବରୁ ହିଁ ଅନେକ ସମସ୍ୟା ମଧ୍ୟ ଦେଇ ଗତି କରି ଆସିଛି । ଗତ ୨୦୧୮ ଅକ୍ଟୋବର ୧୦ ଓ ୧୧ ତାରିଖରେ ସାମୁଦ୍ରିକ ଝଡ଼ବାତ୍ୟା “ତିତିଲି” ଆସିଲା ସେତେବେଳେ ଏହି ଗ୍ରାମର ପୂର୍ବ ସମସ୍ୟାକୁ ସମ୍ପୁର୍ଣ ଭାବେ ଦୁଇଗୁଣ କରି ପକାଇଲା । ରାସ୍ତା, ବିଜୁଳି ଆଲୋକ, ପାନୀୟ ଜଳ, ରହିବା ବାସ ଏବଂ ଜୀବନ ଜୀବିକା ଏସବୁ ତିତିଲି ବାତ୍ୟାରେ ସମ୍ପୂର୍ଣ୍ଣ ଭାବେ ଉଜୁଡ଼ି ଯାଇଛି ବୋଲି ଗ୍ରାମର ନୀର ଶବର, ଗୌର ଶବର, ପଦ୍ମାବତୀ ଶବର, ଜେନା ଭୂୟାଁ ପ୍ରମୁଖ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ନୂଆଗାଁ ଗ୍ରାମରେ ୬/୭ ପରିବାରର ପ୍ରାୟ ୩୦ରୁ୪୦ ଜଣ ଅତ୍ୟନ୍ତ ଗରିବ ଆଦିବାସୀ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି । ଗ୍ରାମର ମୈାଳିକ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ଅବହେଳିତ ଅବସ୍ଥାରେ ପଡିରହିଛି । ଗ୍ରାମକୁ ଯୀବାଆସିବା ପାଇଁ ଭଲ ରାସ୍ତାଟିଏ ନାହିଁ, ଗ୍ରାମରେ ବିଦ୍ୟାଳୟ ନଥିବା ଯୋଗୁଁ ଗ୍ରାମାଞ୍ଚଳ ଛୋଟ ପିଲାମାନେ ସେହି ଶୋଚନୀୟ ରାସ୍ତା ପ୍ରତିଦିନ ଅତ୍ୟନ୍ତ କଷ୍ଟସହି ଗ୍ରାମ ଠାରୁ ଦୂରରେ ଥିବା ବେଲପଦର ଓ ଲକ୍ଷ୍ମୀପୂରୁ ବିଦ୍ୟାଳୟକୁ ପାଠ ପଢିବାକୁ ଯାଉଛନ୍ତି । ଗ୍ରାମରେ ବିଦ୍ୟୁତର କୈାଣସି ସୁବିଧା ନଥିବାରୁ ଗ୍ରାମବାସୀ ବାରମ୍ବାର ଦାବି କରିବା ଫଳରେ ଗ୍ରାମକୁ ବିଦ୍ୟୁତ ଆଲୋକର ଝଲକ ପଡିଥିଲା ହେଲେ “ତିତିଲି” ବାତ୍ୟାରେ ସେସବୁ ପ୍ରାୟତ ନଷ୍ଟ ହୋଇଯାଇଛି । ଦୀର୍ଘ ଏକ ବର୍ଷ ଦୁଇ ମାସ ବିକିବାକୁ ବସିଲାଣି ଗ୍ରାମବାସୀ ଏବେ ମଧ୍ୟ ଅନ୍ଧକାର ମୟ ଜୀବନରେ କାଳ କାଟୁଛନ୍ତି । ପାନୀୟ ଜଳ କିଛିଟା ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ତାହା ନହେବା ସଙ୍ଗେ ସମାନ । ଗ୍ରାମବାସୀ ବତମାନ ସୁଦ୍ଧା ସେହି ୧୪ ମାସ ତଳର ତିତିଗାଁ ବାତ୍ୟାରେ ପ୍ରଭାବିତ ହୋଇଥିବା ଚାଳ ଛପର କୋଡିଆ ଭଙ୍ଗା ଘରେ ଦିନ କାଳ କାଟୁଛନ୍ତି । ଗ୍ରାମବାସୀ ତିତିଗାଁ ଝଡ ବାତ୍ୟାରେ ବହୁମାତ୍ରାରେ ପ୍ରଭାବିତ ହୋଇ ଅନେକ ଧନ ଜୀବନ ଓ ଘର ଜୀବନ ଜୀବିକା ଉଜୁଡ଼ି ଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା କୌଣସି ତିତିଲି ସହାୟତା ମିଳିନାହିଁ ବୋଲି ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ଜିଲ୍ଲାପାଳଙ୍କୁ ଏ ସମ୍ପର୍କରେ ଜଣାଇଥିଲୁ ହେଲେ ଆମକୁ ବର୍ତ୍ତମାନ ସୁଦ୍ଧା କୌଣସି ଟିଏ ହେଲେ ମଧ୍ୟ ସମାଧାନର ପଦକ୍ଷେପ ନିଆଯାଇନାହିଁ । ସେହିଭଳି ଗ୍ରାମରେ ସ୍ୱଛ ଭାରତରେ ମୋ ଶୌଚାଳୟ କାର୍ଯ୍ୟକ୍ରମରେ ପାଇଖାନା ନିମାଣ ହୋଇଛି କିନ୍ତୁ ଗ୍ରାମର ନୀର ଓ ପଦ୍ମାବତୀ ଶବର ପରିବାରକୁ ଏଥିରୁ ବଞ୍ଚିତ କରାଯାଇଛି । ଶୌଚାଳୟ ନିର୍ମାଣ ମଧ୍ୟ ପ୍ରାୟତଃ ଅଧା ପ୍ରାନ୍ତରିଆ ହୋଇ ରହିଛି । ସେହି ଶୈାଚାଳୟ ସବୁ ବ୍ୟବହାର ହୀନ ହୋଇ ପଡିଛି । ଗ୍ରାମବାସୀ ତାହାକୁ ଷ୍ଟକ ରୁମ ଭାବେ ବ୍ୟବହାର କରୁଛନ୍ତି । ରାଜ୍ୟ ଓ କେନ୍ଦ୍ର ସରକାର ପକ୍ଷରୁ ଗ୍ରାମାଞ୍ଚଳର ବିକାଶ ପାଇଁ କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଉଥିବା ବେଳେ ନୁଆଗାଁରେ ସେହି ଅର୍ଥର ଛିଟା ଟିଏ ମଧ୍ୟ ପହଂଚି ପାରୁନି । ସରକାରଙ୍କ ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳ ବିକାଶ ଏଥିରୁ ସହଜେ ଅନୁମେୟ ।
ରିପୋର୍ଟ : କୃଷ୍ଣ କୁମାର ବେହେରା