ଜଳେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟ ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶାମନ ବିଭାଗ ଚିଠି ନଂ ୨୭୦୭୬ ତା ୧୦-୯-୧୯ରିଖ ଅନୁଯାୟୀ ଏଣିକି ଠିକାଦାରୀ କାର୍ଯ୍ୟ ଗୁଡିକରେ ରୟାଲିଟି ଓ ଜିଏସ୍ଟିର ନୂତନ ରୂପରେଖ ଯୋଡା ଯାଇଥିବାରୁ ଠିକାଦାର ମାନଙ୍କୁ ଅଧିକ ଅର୍ଥ ବ୍ୟୟ କରିବାକୁ ପଡୁଛି । ଏଥିଲାଗି ନିଖିଳ ଓଡିଶା ମହାସଂଘ ପକ୍ଷରୁ ୧୦ଦଫା ଦାବି ନେଇ ଗଣ ଧାରଣା ସ୍ଥାନୀୟ ଗ୍ରାମ୍ୟ ଉନ୍ନୟନ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ଠିକାଦାର ଅନଶନରେ ବସିଥିଲେ । ପୂର୍ବ ସୂଚନା ଅନୁଯାୟୀ ନିଖିଳ ଓଡିଶା ମହାସଂଘର ଦାବୀ ପୂରଣ ହୋଇନଥିବାରୁ ଜଳେଶ୍ୱର, ବାଲିଆପାଳ, ଭୋଗରାଇର ଠିକାଦାର ମାନେ ଏକଜୁଟ ହୋଇ ଆର୍ଡି ବିଭାଗର ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ୨୦୧୪ ମସିହାରେ ସ୍ଥିର କରାଯାଇଥିବା ବାଲି, ମାଟି, ମୁରମ, ଚିପ୍ସ, ରଡ, ପିଚୋର ପୁନଃମୂଲ୍ୟାୟନ କରିବା, ଭାରତ ସରକାରଙ୍କ ଷ୍ଟାଣ୍ଡାର୍ଡ ଡାଟା ବୁକ୍ର ଓ ଟେଣ୍ଡର ନିୟମାବଳୀର ତୁରନ୍ତ ପ୍ରଚଳନ, ରାଜ୍ୟ ସରକାରଙ୍କ ବିଭିନ୍ନ ଠିକାଦାରୀରେ ଥିବା୧୪.୯୯ ପ୍ରତିଶତ ଲେସ୍ ର ସଂପୂର୍ଣ୍ଣ ବନ୍ଦ, ହାଇକୋର୍ଟଙ୍କ ବର୍ଦ୍ଧିତ ମୂଲ୍ୟ ସମ୍ପର୍କୀତ ନିର୍ଦ୍ଦେଶ ଅନୁଯାୟୀ ପ୍ରାପ୍ୟ ପ୍ରଦାନ, ଶ୍ରମିକ ମଜୁରୀର ଉଚିତ୍ ମୂଲ୍ୟ ନିର୍ଦ୍ଧାରଣ, ତେଲେଙ୍ଗାନା ରାଜ୍ୟର ନୀତି ଅନୁଯାୟୀ ସରକାର ଜିଏସ୍ଟି ପାଇଁ ୧୦ପ୍ରତିଶତ ପ୍ରାପ୍ୟ ପାଦାନ କରିବା, ଠିକାଦାରୀରେ ବାହ୍ୟ ସର୍ତ୍ତ ବ୍ୟତିତ କେବଳ ଲାଇସେନ୍ସ କ୍ଷମତା ଅନୁଯାୟୀ କାର୍ଯ୍ୟାଦେଶ ଦେବା, ପୂର୍ବ ବ୍ୟବସ୍ଥା ଅନୁଯାୟୀ ବିଭିନ୍ନ ସଂଚୟ ପତ୍ର ମାଧ୍ୟମରେ ସିକ୍ୟୁରିଟି ପ୍ରଦାନ, ନିର୍ମାଣ ସାମଗ୍ରୀ ପରିବହନରେ ଅନୁମତି ପତ୍ର ଓ ରୟାଲିଟି ରସିଦ୍ ଦାଖଲର ତୁରନ୍ତ ପ୍ରତ୍ୟାହାର ଲାଗି ଆନ୍ଦୋଳନ ହେଉଥିବା ଆନ୍ଦୋଳନକାରୀମାନେ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି । ଏହି ଆନ୍ଦୋଳନରେ ପରେଶ ଚନ୍ଦ୍ର ଦାସ, ଶଶାଙ୍କ ଦାସ ମହାପାତ୍ର, ଅନନ୍ଦ ମହାନ୍ତି, ଜନ୍ମେଜୟ ନାଥ, ଶୁଭେନ୍ଦୁ କୁମାର ପ୍ରଧାନ, ପ୍ରମୋଥ କୁମାର ଦାସ, ମୌସୁମୀ ଦାସ, ରମେଶ ନାୟକ, ଶେଖର ମହାନ୍ତି, ସୁକୁମାର ମିଡ୍ୟା, କବି କଂକର ଗିରି, ମନୋଜ ଚାନ୍ଦ, ସୁରଜ କୁମାର ଦେ, ତପନ ସାହୁ, ପ୍ରିୟବନ୍ଧୁ ଭୂୟାଁ, ତରୁଣ ବେହେରା ଶୈଳେଶ ପାତ୍ର, ଇଷାଣେଶ୍ୱର ଜେନା, ପ୍ରବିର ସାହୁ, ଅକ୍ଷୟ କୁମାର ମହାପାତ୍ର ପ୍ରମୁଖଠିକାଦାର ମାନଙ୍କ ସହିତ ଶତାଧିକ ଠିକାଦାର ଧାରଣାରେ ବସିଥିବା ବେଳେ ଲୋକନାଥ ଜେନା ଆମରଣ ଅନସନରେ ବସିଛନ୍ତି ।
ରିପୋର୍ଟ : ଭୂପତି କୁମାର ପରିଡା