ଭୁବନେଶ୍ୱର (ସମୃଦ୍ଧ ଓଡିଶା) ରାଜ୍ୟ ସରକାର ଏବେ ଜମି ମାଫିଆଙ୍କ ଠାରୁ ବଳି ଯାଇଛନ୍ତି । ଶିଳ୍ପ ପ୍ରତିଷ୍ଠା ପାଇଁ ଚାଷୀମାନଙ୍କ ଠାରୁ ଜମି ଛଡାଇ ନେଉଛନ୍ତି । ହେଲେ ସେହି ଜମିରେ ନା ଶିଳ୍ପ ପ୍ରତିଷ୍ଠା କରୁଛନ୍ତି ନା ସେହି ଜମିକୁ ଚାଷୀମାନଙ୍କୁ ଫେରାଇଛନ୍ତି । ଏପରିକି ସେହି ଚାଷି ଜମି ପାଇଁ ଚାଷୀମାନେ ପାଇବାକୁଥିବା ପ୍ରାପ୍ୟ ମଧ୍ୟ ସରକାର ଦେଉ ନାହାନ୍ତି । ରାଜ୍ୟର ଅନେକ ସ୍ଥାନରେ ଏହି ରି ଅଭାବନୀୟ ସ୍ଥିତି ସୃଷ୍ଟି କରିଛନ୍ତି ନବିନ ବାବୁଙ୍କ ସରକାର । ରାଜ୍ୟ ସରକାରଙ୍କର ଚାଷୀ ବିରୋଧୀ, ଯୁବକ ବିରୋଧୀ ଏବଂ ଶିଳ୍ପ ବିରୋଧୀ ନୀତି ଆଜି ଦାଣ୍ଡରେ ପଡି ହାଟରେ ଗଡୁଛି ବୋଲି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜପି ବିଧାୟକ ଦଳର ନେତା କନକ ବର୍ଦ୍ଧନ ସିଂହଦେଓ । ଶ୍ରୀ ସିଂହଦେଓ କହିଛନ୍ତି କି ୨୦୧୧ରେ ରାଜ୍ୟ ସରକାର ରମୁଣାରେ ଶିଳ୍ପ ପ୍ରତିଷ୍ଠା ନାଁରେ ରେମୁଣା ଅଂଚଳର ୯ଟି ମୌଜାର ନରହରି ର, ଖରିଦ ମୁଖୁରା, ନୂଆ ପାଢୀ ୩ଟି ପଂଚାୟତର ୧୦୯୯ ଚାଷ ଜମିକୁ ଅଧୀଗ୍ରହଣ କରିଥିଲେ । ହେଲେ ବଡ ଦୁଃଖର କଥା ଯଦିଓ ରାଜ୍ୟ ସରକାର ସେହି ଜମି ସବୁକୁ ଲ୍ୟାଣ୍ଡ ବ୍ୟାଙ୍କ ପଲିସି ଅନୁସାରେ ଅଧିଗ୍ରହଣ କରିଥିଲେ କିନ୍ତୁ ଚାଷିମାନଙ୍କୁ ଏବେ ସୁଦ୍ଧା ସେମାନଙ୍କର ନିଜ ଜମି ପାଇଁ ଟଙ୍କାଟିଏ ହେଲେ ଦେଇନାହାନ୍ତି । ସେହି ରି ସେଠାରେ ଏବେ ସୁଦ୍ଧା ୮ ବର୍ଷ ରେ ବି ଗୋଟିଏ ହେଲେ ଶିଳ୍ପ ପ୍ରତିଷ୍ଠା ହୋଇପାରିନାହିଁ । ରାଜ୍ୟ ସରକାର ନା ସେହି ଜମିରେ ଶିଳ୍ପ ପ୍ରତିଷ୍ଠା କରି ସ୍ଥାନୀୟ ଲୋକଙ୍କୁ ରୋଜଗାର ଯୋଗାଇ ପାରୁଛନ୍ତି ନା ଚାଷିମାନଙ୍କୁ ସେମାନଙ୍କୁ ଜମିର ବିକ୍ରି ମୂଲ୍ୟ ଦେଉଛନ୍ତି । ପରି ସ୍ଥିତିରେ ସ୍ଥାନୀୟ ଲୋକମାନଙ୍କର ଭାଗ୍ୟକୁ ଅନ୍ଧାରକୁ ଠେଲି ଏକ ଅର୍ଥନୈତିକ ଜରୁରୀକାଳିନ ସ୍ଥିତିକୁ ଠେଲିଦେଇଛନ୍ତି ରାଜ୍ୟ ସରକାର । ସରକାର ଜମି ନେଇଥିବା ୧୦୦୦ ପରିବାରର ୩୦ ହଜାର ଲୋକ ଆଜି ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ପାଇଁ କ୍ଷତିଗ୍ରସ୍ତ । ପ୍ରଥମତଃ ସେମାନେ ଏବେ ସୁଦ୍ଧା ସରକାରଙ୍କ ଠାରୁ ଟଙ୍କାଟିଏ ପାଇନାହାନ୍ତି । କିନ୍ତୁ ତାଙ୍କ ଜମି ସବୁ ସରକାରୀ ସଂସ୍ଥା ଇଡକୋ ନାଁରେ ରେଜିଷ୍ଟ୍ରି ହୋଇସାରିଛି । ଯାହା ଫଳରେ ସେମାନେ ସେମାନଙ୍କର ପୈତୃକ ଜମି ଯାହା ତାଙ୍କ ବାପା ଜେଜେ ଅମଳର ଜମି ତାକୁ ବିକି ପାରୁନାହାନ୍ତି । ସେମାନେ ସେହି ଜମିରେ ଚାଷବି କରୁ ।ରୁନାହାନ୍ତି । ଚାଷ ବି ହରାଇଲେ ଏପଟେ ଜମି ପାଇଁ ପଇସା ବି ପାଇଲେନି ବୋଲି କହିଛନ୍ତି ଶ୍ରୀ ସିଂହଦେଓ । ସରକାରଙ୍କର ଶିଳ୍ପ ବିଭାଗରେ ଦାୟୀତ୍ୱରେ ଥିବା ମନ୍ତ୍ରୀ ହେଉଛି ଅନନ୍ତ ଦାସ ଯିଏ ଏହି ବାଲେଶ୍ୱର ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଛନ୍ତି । ସେହି ରି ମୁଖ୍ୟମନ୍ତ୍ରୀ ଯେତେବେଳେ ବାଲେଶ୍ୱର ଆସନ୍ତି ଶିଳ୍ପାୟନର ସୁନେଲି ସ୍ୱପ୍ନ ଦେଖାନ୍ତି । ବାଲେଶ୍ୱରରୁ ଗଲା ପରେ ସେହି ଶିଳ୍ପାୟନକଥା ଭୁଲିଯାଆନ୍ତି ବୋଲି ଶ୍ରୀ ସିହଂଦେଓ କହିଛନ୍ତି । ପାଖାପାଖି ୬୦୦କୋଟି ହେବ ସେହି ସମସ୍ତ ଜମିର ମୂଲ୍ୟ । ଏତେ ମୂଲ୍ୟବାନ ସମ୍ପତି ଥାଇ ବି ସେଠାକାର ସାଧାରଣ ଜନତା ଆଜି ବି ଦ ଭିତରକୁ ଠେଲି ହୋଇଯାଇଛନ୍ତି । ବାଲେଶ୍ୱର ସାଂସଦ ଏବଂ ଶିଳ୍ପ ମନ୍ତ୍ରୀଙ୍କୁ ଲୋକମାନେ ଅଭିଯୋଗ ଜଣାଇବାରୁ ଫାଇଲ ତୃତୀୟ ମହଲାରେ ଅଛି ବୋଲି ସେମାନେ କହୁଛନ୍ତି । ଲୋକମାନଙ୍କୁ ଭଣ୍ଡାଇ ସେହି ମୁଲ୍ୟବାନ ଜମିକୁ ଶାସକ ବିଜେଡିର ଏମଏଲଏ ଓ ଏମପି ମାନେ ସରକାରୀ କଳକୁ ହାତେଇ ହଡପ କରିବା ପାଇଁ ଷଡଯନ୍ତ୍ର କରିଛନ୍ତି ବୋଲି ଶ୍ରୀ ସିଂହଦେଓ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରେମୁଣାର ବିଧାୟକ ଗୋବିନ୍ଦ ଦାସ, ବିଜେପିର ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର, ବାଲେଶ୍ୱର ଲୋକସଭା ସହ ପ୍ରଭାରୀ ଅଜୟ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ : ଆକାଶ ମିଶ୍ର