



ଭୁବନେଶ୍ୱର(ସମୃଦ୍ଧଓଡିଶା) ରାଜ୍ୟ ସୂଚନା ଆୟୁକ୍ତ ଭାବେ ଜଗନ୍ନାଥ ରଥ ଶପଥ ଗ୍ରହଣ କରିଛନ୍ତି । ଆଜି ପୂର୍ବାହ୍ନରେ ରାଜଭବନର ଅଭିଷେକ ହଲ୍ରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ରଘୁବର ଦାସ ନବନିଯୁକ୍ତ ସୂଚନା ଆୟୁକ୍ତ ଶ୍ରୀ ରଥଙ୍କୁ ଶପଥ ପାଠ କରାଇଥିଲେ ।ପ୍ରାରମ୍ଭେରେ ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ରାଜ୍ୟପାଳଙ୍କ ଅନୁମତି କ୍ରମେ ରାଜ୍ୟ ସୂଚନା ଆୟୁକ୍ତ ଶ୍ରୀ ରଥଙ୍କ ନିଯୁକ୍ତି ପାଠ (ୱାରାଣ୍ଟ ଅଫ୍ ଆପଏଣ୍ଟମେଣ୍ଟ) ପାଠ କରିଥିଲେ । ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ଶାଶ୍ୱତ ମିଶ୍ର, ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଜଳଦ କୁମାର ତ୍ରିପାଠୀ, ରାଜ୍ୟ ସୂଚନା ଆୟୁକ୍ତ ବାଳକୃଷ୍ଣ ମହାପାତ୍ର, ରାଜ୍ୟ ସୂଚନା ଆୟୁକ୍ତ ସୁଶାନ୍ତ କୁମାର ମହାନ୍ତି, ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲ, ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ା, ଯୁଗ୍ମ ନିର୍ଦ୍ଦେଶକ ଗୁର୍ବୀର୍ ସିଂ ପ୍ରମୁଖ ଉତ୍ସବରେ ଉପସ୍ଥିତ ଥିଲେ ।
ରିପୋର୍ଟ : ରଜତ ମହାପାତ୍ର