ଦଶରଥପୁର(ସମୃଦ୍ଧଓଡିଶା) ଦଶରଥପୁର ବ୍ଲକ କନିକାପଡା ପଞ୍ଚାୟତସ୍ତ ସାଧୁଗୌରେଶ୍ୱର ମହାବିଦ୍ୟାଳୟ ପଡିଆରେ ଜ୍ୟୋତିରଞ୍ଜନ କ୍ରିକେଟ କ୍ଲବ ଆନୁକୂଲ୍ୟରେ ୨୪ ତମ ରାଜ୍ୟ ସ୍ତରୀୟ ଜ୍ୟୋତିରଞ୍ଜନ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ବେଳେ ସୋମବାର ଉଦଯାପିତ ହୋଇଯାଇଛି | ପଞ୍ଚଛୁପାଣ୍ଡବ କ୍ରିକେଟ ଟିମ କେନ୍ଦ୍ରାପଡ଼ା ଓ ୟୁନିକ ଇଲେଭେନ କ୍ରିକେଟ ଟିମ ଯାଜପୁର ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା | ପ୍ରଥମେ ଟସ ଜିଣି ୟୁନିକ ଇଲେଭେନ ଯାଜପୁର କ୍ରିକେଟ ଟିମ ନିର୍ଦ୍ଧାରିତ ୧୮ ଓଭରରେ ୬ ଉଇକେଟ ହରାଇ ୧୮୨ ରନ ସଂଗ୍ରହ କରିଥିବା ବେଳେ ଜବାବରେ ପଞ୍ଚଛୁପାଣ୍ଡବ କ୍ରିକେଟ ଟିମ କେନ୍ଦ୍ରାପଡ଼ା ୧୮ ଓଭରରେ ୬ ଉଇକେଟ ହରାଇ ୧୫୩ ରନ ସଂଗ୍ରହ କରି ପରାଜିତ ହୋଇଥଲେ | ଟୁର୍ନାମେଣ୍ଟରେ ସୁମନ୍ତ କୁମାର ମହାପାତ୍ର ଓ ଚିତ୍ତରଞ୍ଜନ ବଳ ଅମ୍ପେୟାର ଦାୟିତ୍ୱ ତୁଲାଇ ଥିବାବେଳେ ଜ୍ୟୋତିପ୍ରକାଶ ସାମଲ, ଉମେଶ ଭଞ୍ଜ ଓ ଦୀପକ ମହାପାତ୍ର ଭାଷ୍ୟକାର ଦାୟିତ୍ୱ ତୁଲାଇ ଥିଲେ | ଟୁର୍ନାମେଣ୍ଟରେ ଏମଡି ଡାନିସ ମ୍ୟାନ ଅଫଦ ମ୍ୟାଚ,ମନୋରଞ୍ଜନ ଦାସ ମ୍ୟାନ ଅଫଦ ସିରିଜ ଓ ବେଷ୍ଟ ବ୍ୟାଟ୍ସ ମ୍ୟାନ ,ଅଙ୍କିତ ସୋଲାନିକା ବେଷ୍ଟ ବୋଲର, ଦିପୁନି ମହାପାତ୍ର ବେଷ୍ଟ ଉଇକେଟ କିପର, ଏମକେ ଆରିଫ ବେଷ୍ଟ ଫିଲଡର ଭାବେ ଯୋଗ୍ୟ ବିବେଚିତ ହୋଇଥିଲେ | ଖେଳ ଶେଷରେ ଏକ ପୁରସ୍କାର ବିତରଣ ସଭା କ୍ଳବର ସଭାପତି ତଥା କନିକାପଡା ପଞ୍ଚାୟତର ସରପଞ୍ଚ ପ୍ରଦୀପ କୁମାର ଯେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥିଭାବେ ଯାଜପୁର ସାଂସଦ ରବୀନ୍ଦ୍ର କୁମାର ବେହେରା, ମୁଖ୍ୟ ବକ୍ତାଭାବେ ଯାଜପୁର ଜିଲ୍ଲା ବିଜେପି ସଭାପତି ଗୌତମ ରାୟ, ସମ୍ମାନିତ ଅତିଥିଭାବେ ସାଧୁଗୌରେସ୍ୱର ମହାବିଦ୍ୟାଳୟର ଅଧକ୍ଷ ପ୍ରଫେସର ନିକୁଞ୍ଜ ବିହାରି ମହାପାତ୍ର, ପ୍ରଫେସର ସୁଧାଂଶୁ ଶେଖର ଦାସ,ଅବସର ପ୍ରାପ୍ତ ଶିକ୍ଷକ ଅଭିମନ୍ୟୁ ବାଇ ପ୍ରମୁଖ ଯୋଗଦେଇଥିଲେ | ସଭାକାର୍ଯ୍ୟ ଆରମ୍ଭରେ ଅତିଥିମାନେ ଜ୍ୟୋତିରଞ୍ଜନଙ୍କ ଉଦେଶ୍ୟରେ ୨ ମିନିଟ ନିରବ ପାର୍ଥନା କରିଥିବା ବେଳେ କ୍ଲବର ସମ୍ପାଦକ ପଞ୍ଜାବ କେଶରି ମହାପାତ୍ର ବାର୍ଷିକ ବିବରଣୀ ପାଠ କରିଥିଲେ | ଶେଷରେ ଅତିଥି ମାନଙ୍କ ଦ୍ୱାରା ବିଜୟୀ ଯାଜପୁର ଟିମକୁ ଟ୍ରଫି ସହ ନଗଦ ୨0 ହଜାରେ ଟଙ୍କା ଓ ରନର୍ସ ଅପ ଟିମକୁ ଟ୍ରଫି ସହ ନଗଦ ୧0 ହଜାରେ ଟଙ୍କା ପ୍ରଦାନ କରିଥିଲେ | ଟୁର୍ନାମେଣ୍ଟ ପରିଚାଳନାରେ କ୍ଲବର ବରିଷ୍ଠ ସଭ୍ୟ ରାକେଶ କୁମାର ସାହୁ, କୈଳାଶ ଚନ୍ଦ୍ର ସାହୁ, ମନୋରଞ୍ଜନ ବାଇ, ନରେଶ ରାଉତ, ଗୌତମ ମହାପାତ୍ର, ଆଏସ କାନ୍ତ ସାହୁ, ଜ୍ଞାନରଞ୍ଜନ ସାମଲ ପ୍ରମୁଖଙ୍କ ସମେତ କ୍ଲବର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ |
ରିପୋର୍ଟ : ରଜତ ମହାପାତ୍ର