

ଛତ୍ରପୁର (ସମୃଦ୍ଧ ଓଡିଶା) ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଜନ୍ମ ଶତ ବାର୍ଷିକୀ ପାଳନ ଅବସରରେ ଛତ୍ରପୁରରେ ଜିଲ୍ଲା ପ୍ରଶାସନର ସହଯୋଗରେ ବିଜୁ ସ୍ମାରକୀ ଓ ୟୁରୋ ସ୍କୁଲର ମିଳିତ ଆନୁକୁଲ୍ୟରେ ରାଜ୍ୟ ସ୍ତରୀୟ ବିଜୁ ସ୍ମାରକୀ ଫୁଟବଲ୍ ଟୁର୍ଣ୍ଣାମେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଆଜି ସ୍ଥାନୀୟ ପୋଲିସ୍ ପଡିଆରେ ଉଦଘାଟିତ ହୋଇଯାଇଛି । ପ୍ରଥମ ଦିବସର ଉଦଘାଟନୀ ମ୍ୟାଚ୍ ଗଞ୍ଜାମ ସହ କୋରାପୁଟ ଦଳ ମଧ୍ୟରେ ମୁକାବିଲା ହୋଇଥିଲା । କୋରାପୁଟ ଦଳ ପ୍ରଥମେ ଟଚ୍ ଜିତି ଫିଲ୍ଡ ନେଇଥିଲେ । ଏଥିରେ ୪-୩ ଗୋଲ ପେନାଲଟି ସୁଟ ଆଉଟ ରେ କୋରାପୁଟ ଦଳ ବିଜୟୀ ହୋଇଛି । ଏହି ଟୁର୍ଣ୍ଣାମେ ଆଜି ଠାରୁ ୨୭ ତାରିଖ ପର୍ଯ୍ୟନ୍ତ ୪ ଦିନ ଧରି ଚାଲୁ ରହିବ । ଏଥିରେ ରାଜ୍ୟର ୮ଟି ଦଳ ଅଂଶ ଗ୍ରହଣ କରିବେ । ବିଜୁ ସ୍ମାରକୀ କମିଟିର ଉପସଭାପତି ପ୍ରଫୁଲ୍ଲ କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ ସମାରୋହରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହ ଉମ ପ୍ରଦର୍ଶନ କରିବା ପାଇଁ ସେ ଶୁଭକାମନା ଦେଇଥିଲେ ଏବଂ ଏହିଭଳି ଖେଳ ଆୟୋଜନ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ । ପୋଲସରା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଓ ଖଲ୍ଲିକୋଟ ବିଧାୟିକା ସୁର୍ଯ୍ୟ ମଣ ବୈଦ୍ୟ ବିଜୁ ସ୍ମାରକୀ କମିଟିର ଅଧ୍ୟକ୍ଷ ତଥା ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା, ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ, ଗଞ୍ଜାମ ଏସପି ବ୍ରିଜେଶ କୁମାର ରାଏ, ରାଜ୍ୟ କୃଷି ବିପଣନ ନିଗମର ଉପଦେଷ୍ଟା ରାମ ଚନ୍ଦ୍ର ପଣ୍ଡା, ଡିଆରଡିଏ ପିଡି ସିନେ୍ଧ ଦାତ୍ରେୟ ଭାଉ ସାହେବ, ଛତ୍ରପୁର ୟୁରୋ ସ୍କୁଲର ମୁଖ୍ୟ ରଞ୍ଜନ କୁମାର ମହାପାତ୍ର, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍ ଧନଞ୍ଜୟ ରେଡ୍ଡି, ପୂର୍ବତନ ବିଧାୟକ ଆଦିକନ୍ଦ ସେଠୀ, ବିଜୁ ସ୍ମାରକୀ କମିଟିର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ଦାସ, ଉପସଭାପତି ଟି.ଚନ୍ଦ୍ର ଶେଖର ରାଓ, ପୂର୍ଣ୍ଣ ଚନ୍ଦ୍ର ବେହେରା ଓ ନବୀନ ଚନ୍ଦ୍ର ବେହେରା, କୋଷାଧ୍ୟକ୍ଷ ବି.ରାଜିବାବୁ, ସାଙ୍ଗଠନିକ (ସାଧାରଣ) ସମ୍ପାଦକ ଡି.ଗଣେଷ ରାଓ, ପୂର୍ବତନ ସାଂସଦ ପ୍ରତିନିଧି ଜି.ପାପା ରାଓ, ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତି, ଛାତ୍ର ବିଜୁ ଜନତା ଦଳର ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଜିଲ୍ଲ କ୍ରୀଡା ଅଧିକାରୀ ପ୍ରଶାନ୍ତ କୁମାର ସାହୁ, ବିଜୁ ଶ୍ରମିକ ସାମୁଖ୍ୟର ଜିଲ୍ଲା ଉପସଭାପତି ଶଙ୍କର ଦାଶ ପ୍ରମୁଖ ମଞ୍ଚାସିନ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସମାଜସେବୀ ଏ.ରାବଣାରାଓ, ବାଦଲ କୁମାର ପାଣ୍ଡି, ସିମା ଗୌଡ, ଏ.ଭେଙ୍କଟ ରାଓ ଦୋରା, ଅଜୟ କୁମାର ପରିଡା,ବୁଲୁ ବେହରା, ବି.ରାଜିବାବୁ, ଅଟଳ ବିହାରୀ ପଟ୍ଟନାୟକ, ଅହି ଭୂଷଣ ସାହୁଙ୍କ ସମେତ ବିଜୁ ସ୍ମାରକୀ କମିଟିର ସମସ୍ତ ସଦସ୍ୟ, ୟୁରୋ ସ୍କୁଲର କର୍ମଚାରୀ ଓ ବହୁ କ୍ରୀଡାବିତ୍ ମାନେ ପରିଚାଳନାରେ ସହଯୋଗ କରିଥିଲେ । ପ୍ରାରମ୍ଭରେ ଛତ୍ରପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର କୁନି କୁନି ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିବା ବେଳେ ଏନସିସି ଛାତ୍ରଛାତ୍ରୀମାନେ ଅତିଥିମାନଙ୍କୁ ଅଭିବାଦନର ସହ ମଞ୍ଚ ନିକଟକୁ ପାଛୋଟି ଆଣିଥିଲେ । ଆୟୋଜକ ପକ୍ଷରୁ ସମସ୍ତ ଅତିଥି ମାନଙ୍କୁ ଉପଢୌକନ ସହ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା ବେଳେ ଫୁଲ ପୁଷ୍ପ ଓ ପାଟ ମଠା ଦେଇ ରାଜ୍ୟ କୃଷି ବିପର୍ଣ୍ଣ ନିଗମର ଉପଦେଷ୍ଟା ରାମଚନ୍ଦ୍ର ପଣ୍ଡାଙ୍କୁ ସମ୍ମାନୀତ ପ୍ରଦାନ କରିଥିଲେ ‘ସମୃଦ୍ଧ ଓଡିଶା’ର ଗଞ୍ଜାମ ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା । ଆଜିର ମ୍ୟାଚ୍ ରେ ମୁଖ୍ୟ ରେଫେରୀ ଭାବେ ଅନୁଗୁଳର ଦିଲ୍ଲୀପ କୁମାର ରାଉତ ଦାୟିତ୍ୱ ତୁଲାଉଥିବା ବେଳେ ବାରିପଦାର ଉତ୍କଳମଣି ବେହେରା, ରମେଶ ଚନ୍ଦ୍ର ବେହେରା, ସୁଜିତ୍ କୁମାର ପାତ୍ର ଓ ମ୍ୟାଚ୍ କମିଶନର ଭାବେ ପ୍ରଶାନ୍ତ କୁମାର ସାହୁ ଦାୟିତ୍ୱ ସୁଚାରୁ ରୁପେ ତୁଲାଇଥିଲେ ।









