ଜଳେଶ୍ୱର (ସମୃଦ୍ଧ ଓଡିଶା) ଦେଶର ସ୍ୱାଧୀନତା ସଂଗ୍ରାମରେ ଅବଦାନ ଥିବା ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରିବାର ଭାବନା ନେଇ ଜଳେଶ୍ୱରର ଅଗ୍ରଣୀ ରାଜ ଇଲେକ୍ଟ୍ରନିକ୍ସ ପ୍ଲଜା ପକ୍ଷରୁ ପ୍ରଥମ ଜନ୍ମବାର୍ଷିକ ଅବସରରେ ଏକ ସମ୍ବର୍ଦ୍ଧନ ସଭା ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନର ନିର୍ଦ୍ଦେଶକ ରାଧାଶ୍ୟାମ ଦାସ, ସତ୍ୱାଧିକାରୀ ଗିରିଜା ଶଂକର ଦାସ, ରାଜଇଲେକ୍ଟ୍ରନିକ୍ସ୍ ଗ୍ରୁପର ନିର୍ଦ୍ଦେଶକ ଶିଦ୍ଧାର୍ଥ ସଂସ୍କାର ପ୍ରମୁଖ ଏହି ଅବସରରେ ଯୋଗ ଦେଇ ଅବସରପ୍ରାପ୍ତ ବାୟୁସେନା କର୍ମଚାରୀ ତାରାପଦ ମହାନ୍ତି, ଅବସରପ୍ରାପ୍ତ ସ୍ଥଳସେନାକର୍ମଚାରୀ ମନୋରଂଜନ ପ୍ରଧାନ ଓ ଅରବିନ୍ଦ ପାତ୍ରଙ୍କୁ ଶାଲ ଓ ପୁସ୍ପଗୁଚ୍ଛ ପ୍ରଦାନ କରି ସମ୍ବଦ୍ଧିତ କରିଥିଲେ । ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପୂର୍ଣ୍ଣଚନ୍ଦ୍ର ସେନାପତିଙ୍କୁ ମଧ୍ୟ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ସୁବ୍ରତ କୁମାର ରଣା ଓ ଭାଷ୍କର ଚନ୍ଦ୍ର ସ୍ୱାଇଁ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ପରେ ପରେ ମହୋଶ୍ୱର ଘୋଷଙ୍କ ନିର୍ଦ୍ଦେଶନାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ରିପୋର୍ଟ : ଭୂପତି କୁମାର ପରିଡା