
ଜଳେଶ୍ୱର (ସମୃଦ୍ଧ ଓଡିଶା) ଆଜି ବାଲେଶ୍ୱର ରକ୍ତ ଭଣ୍ଡାରର ଭ୍ରାମ୍ୟମାନ ଗାଡିରେ ଜଳେଶ୍ୱର ରାଜ ଇଲେକ୍ଟ୍ରୋନିକ୍ସ ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହାକୁ ଡା. ମହେଶ ରଂଜନ ବିଶ୍ୱାଳ ଉଦ୍ଘାଟନ କରିଥିଲେ । ରାଜ ଇଲେକ୍ଟ୍ରୋନିକ୍ସର ମୁଖ୍ୟ ଗିରିଜା ଶଂକର ଦାସ, କମଳ ଚକ୍ରବର୍ତ୍ତୀ, ଡ. ଅଜିତ୍ କୁମାର ମହାନ୍ତି, ମନୋରଂଜନ ଦାସ, ସୁବ୍ରତ ରଣା, ଦେବାଶିଷ ଦତ୍ତ, ସୁକୁମାର ରଣା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହାୟତା କରିଥିଲେ । ମୋଟ ୨୭ୟୁନିଟ୍ ସଂଗୃହିତ ହୋଇଥିବା ଜଣାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା