ରାତିରେ ଶୋଇବା ପୂର୍ବରୁ ଗରମ ପାଣି ପିଅନ୍ତୁ ଏହି ସବୁ ସମସ୍ୟାରୁ ସୁଫଳ ପାଆନ୍ତୁ…

ସକାଳ ଅପେକ୍ଷା ରାତିରେ ଶୋଇବା ପୂର୍ବରୁ ଗରମ ପାଣି ପିଇଲେ ଅଧିକ ଲାଭ ମିଳିଥାଏ । ତେବେ ଆସନ୍ତୁ ଜାଣିବା ରାତିରେ ଗରମ ପାଣି ପିଇବା ଦ୍ଵାରା କ’ଣ ଲାଭ ହୋଇଥାଏ ।
୧) କୋଷ୍ଠ କାଠିନ୍ୟ – ସବୁଦିନ ରାତ୍ରି ଭୋଜନର ଅଧ ଘଣ୍ଟା ପରେ ଗୋଟିଏ ଗ୍ଳାସ ଗରମ ପାଣି ପିଇବା ଦ୍ଵାରା ଆପଣଙ୍କର କୋଷ୍ଠ କାଠିନ୍ୟ ବା କବ୍‌ଜ ସମସ୍ୟା ଦୂର ହୋଇଯାଏ ଏବଂ ପାଚନ ତନ୍ତ୍ର ସମ୍ବନ୍ଧିତ ସମସ୍ତ ସମସ୍ୟାକୁ ମଧ୍ୟ ଦୂର କରିଥାଏ ।
୨) ହୃଦୟକୁ ସ୍ଵସ୍ଥ ରଖେ – ହୃଦ୍ ରୋଗୀ ସବୁଦିନ ଶୋଇବା ପୂର୍ବରୁ ଉଷୁମ ପାଣି ପିଇବା ଉଚିତ । ଏହାଦ୍ୱାରା ରକ୍ତ ଚାପ ନିୟନ୍ତ୍ରଣରେ ରହିବା ସହ ହୃଦ୍‌ଘାତର ଆଶଙ୍କା ଅନେକ ପରିମାଣରେ କମିଯାଏ ।
୩) ମୋଟାପଣ – ସବୁ ଦିନ ରାତିରେ ଖାଦ୍ୟ ଖାଇସାରିବା ପରେ ଏକ ଗ୍ଲାସ୍ ‌ଉଷୁମ ପାଣି ପିଇବା ଦ୍ଵାରା ଶରୀରରେ ଥିବା ଅତିରିକ୍ତ ଚର୍ବି କମିଥାଏ ।
୪) ପେଟରେ ପଥର ସମସ୍ୟା – ଯଦି ପେଟରେ ପଥର ସମସ୍ୟା ଅଛି ତେବେ ପ୍ରତ୍ୟେକ ଦିନ ଖାଦ୍ୟ ଖାଇବାର ଏକ ଘଣ୍ଟା ପରେ ଗରମ ପାଣି ପିଇଲେ ଏଥିରୁ ଶୀଘ୍ର ଉପଶମ ମିଳିଥାଏ ।
୫) ଥଣ୍ଡା – ଯଦି ଥଣ୍ଡା ହୋଇଥାଏ ତେବେ ରାତିରେ ଗରମ ପାଣି ପିଅନ୍ତୁ ପିଇବା ଦ୍ଵାରା ବହୁତ ଭଲ ଲାଗିବ ।
୬) ଗୋଡ଼ର ଦରଜ – ଯଦି ଅଳ୍ପ ଚାଲିଲେ ମଧ୍ୟ ଗୋଡ଼ ଦରଜ ହେଉଛି ଫୁଲି ଯାଉଛି ତେବେ ଉଷୁମ ପାଣି ଏହାର ଏକ ଭଲ ଉପଚାର । ପ୍ରତ୍ୟେକ ଦିନ ରାତିରେ ଶୋଇବା ପୂର୍ବରୁ ଗରମ ପାଣି ପାଆନ୍ତୁ ଦେଖିବେ ପରଦିନ ଆପଣଙ୍କ ଗୋଡ଼ ଦରଜ କମିଯିବ ।
୭) କେଶ ଓ ତ୍ୱଚା – ଯଦି ଆପଣ ନିଜର ଚେହେରାକୁ ଚମକାଇବା ପାଇଁ ଚାହୁଁଛନ୍ତି ତେବେ ଆପଣ ପ୍ରତ୍ୟେକଦିନ ରାତ୍ରିରେ ନିୟମିତ ଭାବେ ଉଷୁମ ପାଣି ପିଇବା ଉଚିତ। ତ୍ୱଚା ସହ ଏହା ଆପଣଙ୍କର କେଶ ଜନିତ ଅନେକ ସମସ୍ୟା ମଧ୍ୟ ଦୂର କରିଥାଏ ଓ ଶୀଘ୍ର ଚୁଟି ବଢ଼ାଇଥାଏ।