ରାତି ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଘରୁ ବାହାରିବା ମନା…

ଭୁବନେଶ୍ୱର (ସମୃଦ୍ଧ ଓଡିଶା) କେନ୍ଦ୍ର ସରକାରଙ୍କ କଡ଼ା ନିୟମ ଅନୁସାରେ ରେଡ୍‌ ହେଉ କି ଗ୍ରୀନ୍‌ କିମ୍ବା ଅରେଞ୍ଜ ସବୁ ଜୋନ୍‌ରେ ଯାହା କିଛି ଖୋଲା ରହିବ କେବଳ ସକାଳ ୭ରୁ ରାତି ୭ଟା ପର୍ଯ୍ୟନ୍ତ । କେବଳ ମେଡିକାଲ କାର୍ଯ୍ୟ ଛାଡି ରାତି ୭ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଜନଜୀବନ ଠପ୍‌ ହୋଇ ରହିବ ଅର୍ଥାତ ସବୁ କାମ ବନ୍ଦ ରହିବ ବୋଲି ଏ ସମ୍ପର୍କରେ ଆଜି ଭୁବନେଶ୍ୱର ପୋଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି । ଆଜି ଠାରୁ ଲକ୍‌ଡାଉନ୍‌ ୩.୦ ଆରମ୍ଭ ହୋଇଛି । ତେଣୁ ଏହି ନିୟମ ଅନୁସାରେ ରାତି ୭ଟା ପରେ କେହି ଘରୁ ପଦାକୁ ବାହାରି ପାରିବେ ନାହିଁ । କେନ୍ଦ୍ର ସରକାର ଏହାକୁ ଏକ ପ୍ରକାର କର୍ଫ୍ୟୁ ଗ୍ରହଣ କରାଯାଇଛି । ତେବେ ଏହି ନିୟମ ମେ ୧୭ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ସେ କହିଛନ୍ତି । କେନ୍ଦ୍ର ସରକାର ଆଜିଠାରୁ ମେ ୧୭ ପର୍ଯ୍ୟନ୍ତ ଲକ ଡାଉନ ଅବଧି ବଢାଇଲା ବେଳେ ଏହି ନିୟମ ଜାରି କରିଛନ୍ତି । ଆଜିଠାରୁ ଏହାକୁ ସମଗ୍ର ଦେଶରେ ଲାଗୁ କରାଯାଇଛି । ସେଥିପାଇଁ କଟକ-ଭୁବନେଶ୍ୱର କମିଶନରେଟ ଅଂଚଳରେ ଏହାକୁ ଲାଗୁ କରାଯାଇଛି ।

ରିପୋର୍ଟ : ଆକାଶ ମିଶ୍ର