ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର ରୋଟାରୀ କ୍ଲବ ପକ୍ଷରୁ ଅଗ୍ରଣୀ ହାଇସ୍କୁଲ ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟକୁ ଇ-ଲର୍ଣ୍ଡି ମେଟେରିଆଲର ଆପ୍ ପ୍ରଦାନ କରାଯାଇଛି । ଏହି ବିଦ୍ୟାଳୟଟି ୬ଷ୍ଠରୁ ୧୦ମ ଶ୍ରେଣୀ ଯାଏ ଥିବା ବେଳେ ଛାତ୍ରଛାତ୍ରୀମାନେ ବିଭିନ୍ନ ଶିକ୍ଷାଲାଗି ଏହି ପଦ୍ଧତି ଦ୍ୱାରା ଉପକୃତ ହୋଇ ପାରିବେ ବୋଲି ଆୟୋଜିତ ସଭାରେ ମତପ୍ରକାଶ ପାଇଛି । କ୍ଲବର ଉପସଭାପତି ସତ୍ୟବ୍ରଜ ଜେନା ଏଥିରେ ପୌରହିତ୍ୱ କରିଥିଲେ । ସଂପାଦିକା ଡା. ଦିପ୍ତୀମୟି ମହାପାତ୍ର କୌଣସି ରାଷ୍ଟ୍ରର ଶିକ୍ଷା ଓ ସ୍ୱାସ୍ଥ୍ୟ ଉନ୍ନ ଥିଲେ ସେ ରାଷ୍ଟ୍ର ବିକଶିତ ହୋଇଥାଏ । ତେଣୁ ଏହି ୨ଟି ବିଷୟରେ ରୋଟାରି କ୍ଲବ ସହାୟତା ଯୋଇଥିବା ସଂପର୍କରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସଭାପତି ପ୍ରଫୁଲ୍ଲ ଦାସ, ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ସୁମିତ୍ରା ଦତ୍ତଯୋଗ ଦେଇ ରୋଟାରୀ ଜାତି, ଧର୍ମ ଓ ଶ୍ରେଣୀ ନିର୍ବିଶେଷରେ କାର୍ଯ୍ୟ କରିଥାଏ ବୋଲି କହିଥିଲେ । ସମଗ୍ର ବିଶ୍ୱକୁ ରୋଟାରୀ ବସୁଦେବ କୁଟୁମ୍ବକଂ ନିତୀରେ ପରିଚାଳତ ହେଉଥିବା ସଂପର୍କରେ କହିଥିଲେ । ପ୍ରଭାତ କୁମାର ସାହୁ ଧନ୍ୟବାଦ ଦେଇଥିବା ବେଳେ ରୋଟାରୀ କ୍ଲବ ପକ୍ଷରୁ ଏକ ଆଲମାରୀ ସହିତ ଶତାଧିକ ପୁସ୍ତକ ଓ ବିଶୁଦ୍ଧ ପିଇବାପାଣି ଲାଗି ଏକ ମେସିନ୍ ସହାୟତା କରିଥିଲେ । ଏହି କାର୍ଯ୍ୟକ୍ରମ କୋଭିଦ୍-୧୯ ନିୟମ ଅନୁଯାଇ ପାଳିତ ହୋଇଥିବା ବେଳେ ରୋଟାରିଆନ୍ ପ୍ରବିର ପ୍ରଧାନ, ସୁବ୍ରତ ରଣା, ନିତ୍ୟଗୋପାଳ ଦାସ, ସତ୍ୟସୁନ୍ଦର ଦାସ, ବିକାଶ ଧର, ସୂର୍ଯ୍ୟେନ୍ଦୁ ପାଳ, ଲେଲିନ୍ ପ୍ରଧାନ, ସୁବିର ଚାଟାର୍ଜୀ, ଶ୍ୟାମସୁନ୍ଦର ମିର୍ଦ୍ଧା, ନିଳକଣ୍ଟ ମାହାନା,ସତ୍ୟନାରାୟଣ ସିଂ ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।