ରାମନଗର ଦୁର୍ଗାପୂଜା ପ୍ରସ୍ତୁତି ବୈଠକ

ଫୁଲନଖରା(ସମୃଦ୍ଧଓଡିଶା) କଟକ ମହାନଗର ନିଗମର ୫୯ ନମ୍ବର ୱାର୍ଡ ଅନ୍ତର୍ଗତ ରାମନଗର ଦୁର୍ଗାପୂଜା କମିଟିର ପ୍ରସ୍ତୁତି ବୈଠକ ଗ୍ରାମ୍ୟ କମିଟି ର ସମ୍ପାଦକ ଲକ୍ଷ୍ମୀଧର ସେଠିଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ କର୍ପୋରେଟର ମମତା ମହାନ୍ତି, ବିଧାୟକ ଙ୍କ ପ୍ରତିନିଧି ସ୍ୱାଧୀନଚେତl ମହାନ୍ତି, ପୂର୍ବତନ କର୍ପୋରେଟର ପ୍ରମୋଦ କୁମାର ମହାପାତ୍ର, ଆଧ୍ୟାତ୍ମିକ ସ୍ତମ୍ଭକାର ଶ୍ରୀସନ୍ନ୍ୟାସୀ ଜୀ, ଅବସରପ୍ରାପ୍ତ ପୋଲିସ ଅଧିକାରୀ ବିଜୟ ପ୍ରଧାନ, ମାନସ ମହାନ୍ତି,ଉପଦେଷ୍ଟା ଆଇନୀଜୀବୀ ଛବି ବେହେରା, ତ୍ରିନାଥ ମହାନ୍ତି,ପଠାଣି ବେହେରା, ଭାସ୍କର ବେହେରା, କର୍ତ୍ତା ଶରତ ନାୟକ, ପୂର୍ବତନ କର୍ତ୍ତା କାର୍ତ୍ତିକ ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଗାମୀ ପୂଜା କିଭଳି ଶୃଙ୍ଖଳିତ ଭାବେ ହେବ ସେ ବିଷୟରେ ଆଲୋଚନା କରିବା ସହ ପୂର୍ବ ପରି ଡିଜେ, ପ୍ଲାଷ୍ଟିକ ଏବଂ ନିଶାମୁକ୍ତ ଭସାଣି କରିବା ପାଇଁ ସମସ୍ତେ ସଂକଳ୍ପିତ ହୋଇଥିଲେ l ପ୍ରାରମ୍ଭରେ ଗ୍ରାମ କମିଟି ସଭାପତି ପ୍ରକାଶ ଚନ୍ଦ୍ର ନାୟକ ସ୍ୱାଗତ ଜଣାଇଥିବାବେଳେ ପୂଜା କମିଟି ସଭାପତି କାଳନ୍ଦୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମ କୁ ପୂଜା କମିଟି ସମ୍ପାଦକ ହୃଦାନନ୍ଦ ବେହେରା, ସୁଜିତ ରଞ୍ଜନ ବେହେରା, ପପୁ ବେହେରା, ବିନୋଦ ବେହେରା, ବାସୁଦେବ ସେଠି, ଅଭିମନ୍ୟୁ ବେହେରା, ନକୁଳ ଦାସ ପ୍ରମୁଖ ପରିଚାଳନା କରିଥିବା ବେଳେ କମିଟି ର ସମସ୍ତ ସଦସ୍ୟ ଓ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ l

ରିପୋର୍ଟ : ରଜତ ମହାପାତ୍ର