ବାଲେଶ୍ୱର (ସମୃଦ୍ଧ ଓଡିଶା) ବାଲେଶ୍ୱର ଜିଲ୍ଲାର ସିମୁଳିଆ ବ୍ଲକର କ୍ଷିରକୋଣ ଗ୍ରାମପଞ୍ଚାୟତ ସ୍ଥିତ ରାମପୁର ଗ୍ରାମରେ ଅବସ୍ଥିତ ବାବା ଖ୍ୟମେଶ୍ୱର ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ୩ ଦିନ ଧରି ଖୁବ ଧୂମଧାମରେ ଅନୁଷ୍ଠିତ କରାଯାଇଅଛି । ଏହି ଉତ୍ସବରେ ମେ ୨୨ରେ ଅଷ୍ଟପ୍ରହର ଅନୁଷ୍ଠିତ କରାଯାଇଥିଲା ଏବଂ ମେ ୨୩ ସକାଳେ ୮ଟାରେ ମନ୍ଦିର ପ୍ରତିଷ୍ଠା ପାଇଁ ଘଟ ଉତ୍ତୋଳନ କରାଯାଇଥିଲା । ଏଥିରେ ବହୁ ଭକ୍ତ ଯୋଗଦାନ କରି ଘଟ ଉତ୍ତୋଳନ କରିବା ସହିତ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିଥିଲେ । ସକାଳ ୧୧ଘଣ୍ଟିକା ସମୟରେ ପ୍ରସାଦ ସେବନର କାର୍ଯ୍ୟକ୍ରମ କରାଯାଇଥିଲା ସେଥିରେ ସମସ୍ତ ଭକ୍ତ ପ୍ରସାଦ ସେବନ କରିଥିଲେ । ଏହି ଅବସରରେ ସାନ୍ଧ୍ୟ ୭ଟା ସମୟରେ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ପ୍ରବଚନ ଦେବା ପାଇଁ ପୁରୀ ଭାଗବତ ଆଶ୍ରମର ଅଧ୍ୟକ୍ଷ ବାବା ବ୍ରଜବନ୍ଧୁ ଦାସ ମହାରାଜ ମହୋଦୟ ଆସି ଯୋଗଦାନ କରିଥିଲେ । ପ୍ରବଚନ କାର୍ଯ୍ୟକ୍ରମ ଦୁଇ ଦିନ ଅନୁଷ୍ଠିତ ଧରି ଅନୁଷ୍ଠିତ କରାଯାଇଥିଲା । ଏଥିରେ ବହୁ ଲୋକ ଯୋଗଦେଇ ଭାଗବତ କଥା ଅମୃତ ବାଣୀ ଶୁଣିଥିଲେ । ମେ ୨୪ରିଖ ଦିନ ସନ୍ଧ୍ୟା ୬ଟା ସମୟରେ ପୂର୍ଣାହୁତି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା ଏବଂ ୭ଟା ସମୟରେ ପ୍ରବଚନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଭକ୍ତବୃନ୍ଦ ଯୋଗଦାନ କରି ମନ୍ଦିର ପ୍ରତିଷ୍ଠାକୁ ସାଫଲ୍ୟମଣ୍ଡିତ କରିବା ସହିତ ପ୍ରବଚନ କାର୍ଯ୍ୟକ୍ରମକୁ ସାଫଲ୍ୟ କରିଥିଲେ । ଏହି ତିନି ଦିନ ବ୍ୟାପି କାର୍ଯ୍ୟକ୍ରମ ସମସ୍ତ ଗ୍ରାମବାସୀ ବୃନ୍ଦ, ସମସ୍ତ ପୂଜକ ମହାଶୟଙ୍କ ସହଯୋଗରେ ସୁରୁଖୁରୁରେ ମନ୍ଦିର ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରାଇଥିଲେ । ବାଦଲ ଦାସ, ବାବୁ ଦାସଙ୍କ ଅନୁଦାନରେ ଏହି ମନ୍ଦିର ତିଆରି ହୋଇଅଛି ତେଣୁ ସମସ୍ତ ଗ୍ରାମବାସୀ ତରଫରୁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ : ସୁଶାନ୍ତ କୁମାର ନାୟକ