

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ପ୍ରକାଶ ପାଇଛି ମେଟ୍ରିକ ପରୀକ୍ଷାର ଫଳାଫଳ । ଚଳିତ ବର୍ଷ ପରୀକ୍ଷାରେ ରାମହରିନଗର ଶିଶୁ ବିଦ୍ୟା ମନ୍ଦିରର ୧୬୭ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସମସ୍ତେ ଶତ ପ୍ରତିଶତ ଫଳାଫଳ ଆଣି ଉତ୍ତିର୍ଣ୍ଣ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୫ଜଣ A1 ଗ୍ରେଡ଼, ୫୭ ଜଣ A2 ଗ୍ରେଡ଼ ପ୍ରାପ୍ତ କରିଛନ୍ତି । ଏମାନଙ୍କ ମଧ୍ୟରୁ ରୁଦ୍ରପ୍ରସାଦ ପ୍ରହରାଜ ସର୍ବାଧିକ ଅଙ୍କ ୫୫୪ ନମ୍ବର ରଖି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଶିବାଶିଷ ଷଡ଼ଙ୍ଗୀ ୫୫୦ ନମ୍ବର ରଖି ଦ୍ଵିତୀୟ ସ୍ଥାନ ଅଧିକାର କରିଛନ୍ତି । ତନିଶଶ ମିଶ୍ର ୫୪୭ ନମ୍ବର ରଖି ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏହି ଅବସରରେ ପ୍ରଧାନ ଆଚାର୍ଯ୍ୟ ଷଷ୍ଠୀ ପ୍ରସାଦ ବିଷୋୟୀଙ୍କ ସମେତ ବିଦ୍ୟାଳୟର ପରିଚାଳନା ସମିତି ସଦସ୍ୟାବୃନ୍ଦ ଆଚାର୍ଯ୍ୟ ଆଚାର୍ଯ୍ୟା ଏବଂ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଶୁଭେଚ୍ଛା ଜଣାଇଛନ୍ତି ।
ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

