ରାମୟାପାଟଣା ଗ୍ରାମ୍ୟକୁ ରକ୍ଷା କରିବା ନିମନ୍ତେ ଗ୍ରାମ୍ୟ କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀ ପତ୍ର…

ଛତ୍ରପୁର (ସମୃଦ୍ଧ ଓଡିଶା) ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ଅଧୀନ ରାମୟାପାଟଣା ଗ୍ରାମ୍ୟ ଧୀରେ ଧୀରେ ସମୁଦ୍ର ଜୁଆର ଯୋଗୁଁ ଲୀନ ହେବାକୁ ବସିବାରେ ଲାଗିଥିବାରୁ ଏହାକୁ ରକ୍ଷା କରିବା ପାଇଁ ଏବଂ ଏହାର ସମାଧାନ କିପରି ହୋଇପାରିବ ସେ ସମ୍ପର୍କରେ ରାମୟାପାଟଣା ଗ୍ରାମ୍ୟ କମିଟି ପକ୍ଷରୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ସାକ୍ଷାତ କରି ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ସେହି ସ୍ମାରକ ପତ୍ରରେ ଉଲ୍ଲେଖ ଅଛି ଯେ, ଗ୍ରାମରେ ସମୁଦ୍ର ପାଣି ମାଡି ଆସୁଥିବାରୁ ସେଠାରେ ପ୍ରଶାସନ ପକ୍ଷରୁ ଗାର୍ଡ ୱାଲ ସମେତ ପାର୍ଥ ପ୍ୟାକିଂ କରାଗଲେ ଗ୍ରାମ୍ୟବାସୀ ମାନେ ସେମାନଙ୍କର ଘର ସମୁଦ୍ରରେ ଲୀନ ହେବାରୁ ରକ୍ଷା କରି ପାରିବେ । ଏହାସହିତ ଯେଉଁମାନଙ୍କର ଘର ସମୁଦ୍ରରେ ଲୀନ ହୋଇଯାଇଛି ସେମାନଙ୍କୁ ତୁରନ୍ତ କ୍ଷତି ପୂରଣ ଦିଆଯିବାକୁ ଗ୍ରାମ୍ୟ କମିଟି ଦାବି କରିଛନ୍ତି । ଗ୍ରାମରେ କିଛି ପରିବାରକୁ ଓଡ଼ିଆରପି ଘରେ ରହିବାକୁ କୁହାଯାଇଥିବା ବେଳେ ପ୍ରଶାସନ ପକ୍ଷରୁ ସର୍ଭେ କରାଯାଇ ୬୮ ପରିବାରକୁ ବିଜୁ ପକ୍କା ଘର ଯୋଜନାରେ ସାମିଲ କରାଯାଇଛି । ଯେଉଁମାନଙ୍କ ଘର ଭାଙ୍ଗିଛି ସେମାନଙ୍କୁ ୧ଲକ୍ଷ ୫ ହଜାର ଟଙ୍କାର ସହାୟତା ମିଳିବ । ସମୁଦ୍ରରୁ ଗ୍ରାମକୁ ରକ୍ଷା କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ କରାଯାଉଛି ବୋଲି ଜିଲ୍ଲାପାଳ କମିଟିର ସଦସ୍ୟମାନଙ୍କୁ କହିଥିଲେ । ଜିଲ୍ଲାପାଳଙ୍କୁ ସାକ୍ଷାତ ସମୟରେ ରାମୟାପାଟଣା ଗ୍ରାମ୍ୟ କମିଟିର ସଭାପତି ପି.ରାମା ରାଓ, ଉପଦେଷ୍ଟା ଏଲ.ଭୋଗୀ ରାଜୁଙ୍କ ସମେତ କମିଟି ସଭ୍ୟମାନେ ଉପସ୍ଥିତ ରହିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା

One thought on “ରାମୟାପାଟଣା ଗ୍ରାମ୍ୟକୁ ରକ୍ଷା କରିବା ନିମନ୍ତେ ଗ୍ରାମ୍ୟ କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବୀ ପତ୍ର…

Comments are closed.