ନୂଆଦିଲ୍ଲୀ(ସମୃଦ୍ଧ ଓଡିଶା )ଅଯୋଧ୍ୟା ରାମଜନ୍ମଭୂମିରେ ପ୍ରଭୂ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ପାଇଁ ଦିଲ୍ଲୀର ରାମଲୀଲା ମଇଦାନରେ ଏକାଠି ହୋଇଛନ୍ତି ବିଭିନ୍ନ ଦକ୍ଷିଣପନ୍ଥୀ ସଂଗଠନ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍ଏସ୍)ପରି ସଂଗଠନ ଏଥିରେ ସାମିଲ୍ ଥିବାବେଳେ ସେମାନଙ୍କ ସରକାରଙ୍କ ନିକଟରେ ଦାବି ରଖିଛନ୍ତି ସରକାର ଅଧ୍ୟାଦେଶ ଆଣି ମନ୍ଦିର ନିର୍ମାଣ ପାଇଁ ଆଇନର ବାଟ ଉନ୍ମୁକ୍ତ କରନ୍ତୁ।ମଙ୍ଗଳବାର ଆରମ୍ଭ ହେବାକୁ ଥିବା ସଂସଦର ଶୀତକାଳୀନ ଅଧିବେଶନ ହେଉଛି ସାଧାରଣ ନିର୍ବାଚନ ପୂର୍ବରୁ ଶେଷ ପୂର୍ଣ୍ଣକାଳୀନ ଅଧିବେଶନ। ତେଣୁ ଏହି ସମୟରେ ଅଧ୍ୟାଦେଶ ଆସିବାର ସୁଯୋଗ ରହିଥିବାରୁ ଦକ୍ଷିଣପନ୍ଥୀ ସଂଗଠନଗୁଡ଼ିକ ସରକାରଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଛନ୍ତି।