
ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଆଜି ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଶ୍ରୀ ରାମ ମନ୍ଦିର ପାଇଁ ଭୂମି ପୂଜନ ଅନୁଷ୍ଠିତ ହୋଇଯାଇଛି । ଏହି ପରିପେକ୍ଷିରେ ଭାରତୀୟ ଜନତା ପାର୍ଟିର ରାଜ୍ୟ ଉପସଭାପତି ଭୃଗୁବକ୍ସି ପାତ୍ର ଟୁଇଟ କରି ନିଜ ଖୁସି ବ୍ୟକ୍ତ କରିଛନ୍ତି । ସେ ନିଜ ଟୁଇଟରେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ଏହି ଭୂମି ପୂଜନ ଏକ ଐତିହାସିକ ବୋଲି କହିଛନ୍ତି । ଏହାସହ ଶ୍ରୀ ରାମ ମନ୍ଦିର ପାଇଁ ବଳିଦାନ ଦେଇଥିବା ବଳିଦାନ କେବେ ବି ଭୁଲି ହେବ ନାହିଁ ବୋଲି କହି ନିଜ ଖୁସି ବ୍ୟକ୍ତ କରିଛନ୍ତି । ସାରା ଦେଶବାସୀ ରାମ ମନ୍ଦିର ନିର୍ମାଣ କରିବା ସପକ୍ଷରେ ଥିଲେ ଏବେ ରାମ ମନ୍ଦିର ହେବା ସମସ୍ତଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି । ସାରା ଅଯୋଧ୍ୟା ସହ ପୁରା ଦେଶ ରାମମୟ ହୋଇଯାଇଛି ବୋଲି କହିଛନ୍ତି ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା