ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଆଜି ହେଉଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଜନ୍ମଦିନ। ସେ ଆଜି ୭୩ ବର୍ଷରେ ପଦାର୍ପଣ କରିଛନ୍ତି।ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି।ସେ ଲେଖିଛନ୍ତି,“ଜନ୍ମଦିନରେ ରାଷ୍ଟ୍ରପତିଜୀଙ୍କୁ ଶୁଭେଚ୍ଛା। ତାଙ୍କ ଜ୍ଞାନ ଓ ବିଭିନ୍ନ ବିଷୟରେ ଥିବା ଧାରଣାରୁ ଭାରତ ଲାଭବାନ ହେବ। ସେ ଆମ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ସଂସ୍ପର୍ଶରେ ଅଛନ୍ତି। ମୁଁ ତାଙ୍କ ପାଇଁ ଦୀର୍ଘ ଓ ନିରାମୟ ଜୀବନ ପାଇଁ ପ୍ରାର୍ଥନା କରୁଛି।ରାମନାଥ କୋବିନ୍ଦ ଗତବର୍ଷ ଜୁଲାଇ ୨୫ ତାରିଖରେ ଭାରତର ୧୪ତମ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।୧୯୪୫ରେ ଆଜିର ଦିନରେ ଉତ୍ତର ପ୍ରଦେଶର କାନପୁର ଦେହତ ଜିଲ୍ଲାର ପାରାଉଖ ଗାଁରେ ସେ ଜନ୍ମ ହୋଇଥିଲେ।ସେ ୨୦୧୫ରୁ ୨୦୧୭ ପର୍ଯ୍ୟନ୍ତ ବିହାରର ରାଜ୍ୟପାଳ ଥିଲେ। ୧୯୯୪ରୁ ୨୦୦୬ ପର୍ଯ୍ୟନ୍ତ ରାଜ୍ୟସଭାର ସଦସ୍ୟ ମଧ୍ୟ ଥିଲେ।ରାଜନୀତିକୁ ଆସିବା ପୂର୍ବରୁ ସେ ଓକିଲାତି କରୁଥିଲେ। ସେ ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମ୍‌କୋର୍ଟରେ ୧୬ ବର୍ଷ ଧରି ଓକିଲାତି କରିଛନ୍ତି।