


ଛତ୍ରପୁର(ସମୃଦ୍ଧ ଓଡିଶା)ରାଷ୍ଟ୍ରୀୟ ବିଜେପି ସଭାପତି ଅମିତଶାହା ପ୍ରଥମେ ତାଙ୍କର ୧୨୦ମିଶନ କୁକୁଡାଖଣ୍ଡି ବ୍ଲକର ହୁଗୁଳାପଟା ଗାଁରୁ ଆରମ୍ଭ କରିଥିଲେ । ସେଇଠି ଗତକାଲି ଗୋପାଳପୁର ବିଧାୟକ ଡ଼ଃ ପ୍ରଦୀପ କୁମାର ପାଣିଗ୍ରାହୀ ଜନସମ୍ପର୍କ ଯାତ୍ରାରେ ବିଜେପି କର୍ମୀମାନଙ୍କୁ ବିଜେଡିରେ ମିଶାଇ ଶାହାଙ୍କ ମିଶନ ଶକ୍ତିକୁ ଧୂଳିସାତ କରିଦେଇଥିବା ଖବର ମିଳିଛି । ଗୋପାଳପୁର ନିର୍ବାଚନମଣ୍ଡଳୀ ଅଧିନସ୍ଥ ଏହି କୁକୁଡ଼ାଖଣ୍ଡି ବ୍ଲକର ହୁଗୁଳାପଟ୍ଟା ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରଦୀପ ମଲ୍ଲଣା ଓ ନବୀନ ସ୍ୱାଇଁଙ୍କ ସମେତ ୨ଶହରୁ ଉର୍ଦ୍ଧ ବିଜେପି କର୍ମୀମାନେ ଗତକାଲି ହୁଗୁଳାପଟ୍ଟା ନରସିଂହ ମନ୍ଦିରଠାରେ ବିଜେଡ଼ିର ଜନସମ୍ପର୍କ ପଦଯାତ୍ରାରେ ସାମିଲ ହୋଇଥିଲେ । ଗଞ୍ଜାମ ଜିଲ୍ଲା ବିଜେଡ଼ି ସଭାପତି ତଥା ଗୋପାଳପୁର ବିଧାୟକ ଡ଼. ପ୍ରଦୀପ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଏହି ସଭା ଆୟୋଜନ କରାଯାଇଥିଲା । ବ୍ଲକ ଅଧ୍ୟକ୍ଷ କାମାକ୍ଷ ପ୍ରସାଦ ପାତ୍ର, ରାଜ୍ୟ ଯୁବ ବିଜେଡ଼ି ଉପଦେଷ୍ଟା କୈଳାସ ରଣା, ଜିଲ୍ଲା ବିଜେଡ଼ି ଉପସଭାପତି ଉମା ନାୟକ, ବ୍ଲକ ଉପାଧ୍ୟକ୍ଷା ଲକ୍ଷ୍ମୀପ୍ରିୟ ସାହୁ, ବିଧାୟକ ପ୍ରତିନିଧି ଦିଲ୍ଲୀପ ପାତ୍ର, ବିଆର୍ଏମ୍ସି ସଭାପତି ସୁରେଶ ଚନ୍ଦ୍ର ସାହୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସରପଞ୍ଚ ପ୍ରଦୀପ ମଲ୍ଲଣା ପୂର୍ବରୁ ସେ କଂଗ୍ରେସର କର୍ମକର୍ତ୍ତା ଥିଲେ । ୨୦୧୨ତ୍ରିସ୍ଥରୀୟ ପଞ୍ଚାୟତ ନିର୍ବାଚନରେ ନିର୍ବାଚିତ ହୋଇ ବିଜେପିରେ ସାମିଲ ହୋଇଥିଲେ । ହେଲେ ଗାଁର ଉନ୍ନତିପାଇଁ ଚେଷ୍ଟା କରି ବିଫଳ ହେବାରୁ ସେ ହଠାତ୍ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । ବିଧାୟକ ଡ଼. ପ୍ରଦୀପ ପାଣିଗ୍ରାହୀ ନିମଖଣ୍ଡି, ବୋରିଗାଁ, ଗୁରୁଣ୍ଡି, ହୁଗୁଳାପଟ୍ଟା ଏହି ଚାରୋଟି ପଞ୍ଚାୟତକୁ ତିତ୍ଲି ବାତ୍ୟାର ବିପନ୍ନଙ୍କୁ କ୍ଷତିପୂରଣ ବାବଦରେ ଚେକ୍ ବଣ୍ଟନ କରିଥିଲେ । ହିତାଧିକାରୀଙ୍କ ସମସ୍ତଙ୍କ ବ୍ୟାଙ୍କ ଏକାଉଣ୍ଟକୁ ଟଙ୍କା ଯାଇଛି ବୋଲି ବିଧାୟକ କହିଥିଲେ । ଏଥିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ବେହେରା, ଏଲ୍ ପୁରୁଷୋତ୍ତମ ପାତ୍ର, ମନ୍ତ୍ରୀ ପ୍ରତିନିଧି ସନ୍ତୋଷ ଚୌଧୁରୀ, କପିଳା ତାରିଣୀ, ସୁଦାମ ସ୍ୱାଇଁ, ଗୁରୁଣ୍ଡି ସମିତିସଭ୍ୟ ବିଶିକେଶନ ମାଇଲି, ସରପଞ୍ଚ ଟି. ମିନତୀ ପାତ୍ର, ବୋରିଗାଁ ସରପଞ୍ଚ ବସନ୍ତ ସାହୁ, ଲୋଚାପଡ଼ା ସରପଞ୍ଚ ମିନତୀ ବେହେରା, ମିରା ସାହୁ, ଦକ୍ଷିଣପୁର ସରପଞ୍ଚ ବିଷ୍ଣୁପ୍ରିୟା ପାତ୍ର ଓ ବିଭିନ୍ନ ପଞ୍ଚାୟତରୁ ଆସିଥିବା ବିଜୁ ଜନତା ଦଳର ବହୁକର୍ମୀ ଏଥିରେ ଯୋଗ ଦେଇଥିଲେ । ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ସଦରଥାନା ଏସ୍ଡ଼ିପିଓ ଅଶୋକ ମହାନ୍ତି, ଥାନା ଅଧିକାରୀ ଶିବଶଙ୍କର ମହାପାତ୍ର, ନିମଖଣ୍ଡି ଆଉଟ୍ପୋଷ୍ଟ ଅଧିକାରୀ ନାରାୟଣ ସ୍ୱାଇଁ, ମହିଳା ବିଜେଡ଼ି ସଭାନେତ୍ରୀ ନମିତା ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ:ନିମାଇଁ ଚରଣ ପଣ୍ଡା