ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସହରକୁ ସ୍ୱଚ୍ଛ ଓ ସୁନ୍ଦର କରି ଗଢି ତୋଳିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉ ଥିବାବେଳେ ରାସ୍ତା ଉପରେ ଅଳିଆ ପକାଇବାରୁ ସେମାନଙ୍କୁ ଜିଲ୍ଲାପାଳ ଦଣ୍ଡ ଭାବରେ ୧୦ ହଜାର ଲେଖାଏଁ ଜୋରିମାନା ଭରିବାକୁ କହିଛନ୍ତି । ସୁଚନାନୁସାରେ, ଗତକାଲି ରାତିରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଓ ବିଏମ୍ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋର ବ୍ରହ୍ମପୁରର ଅନ୍ନପୂର୍ଣ୍ଣା ମାର୍କେଟ ଓ ଏସ୍ଏନଟି ରୋଡ୍ରେ ବୁଲୁଥିବା ସମୟରେ ଅନ୍ନପୁର୍ଣ୍ଣା ମାର୍କେଟରେ ଥିବା ଦୋକାନୀମାନେ ସେମାନଙ୍କ ଦୋକାନ ବନ୍ଦ କରୁଥିବା ବେଳେ ନିଜ ଦୋକାନର ଅଳିଆ ଗୁଡିକୁ ରାସ୍ତା ଉପରେ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଥିଲା । ଯାହାକି ଜିଲ୍ଲାପାଳଙ୍କ ଦୃଷ୍ଟିଗୋଚର ହୋଇଥିଲା । ବିଏମ୍ସି ପକ୍ଷରୁ ଅଳିଆ ଗାଡ଼ି ଦୋକାନ ଦୋକାନ ବୁଲି ଅଳିଆ ଆବର୍ଜନା ସଂଗ୍ରହ କରୁଥିବା ବେଳେ ରାସ୍ତା ଉପରେ ଏଭଳି ଅଳିଆ ପକାଉଥିବା ନେଇ ଦୋକାନୀଙ୍କ ଉପରେ ଫାଇନ୍ ପକାଇଥିଲେ ଜିଲ୍ଲାପାଳ ।
ରିପୋର୍ଟ : ଜିଲ୍ଲା ପ୍ରତିନିଧି ନିମାଇଁ ଚରଣ ପଣ୍ଡା