ରାସ୍ତା କଡରେ ଗର୍ଭବତୀ ମହିଳାଙ୍କ ପ୍ରସବ କରାଇବାରେ ସାହାର୍ଯ୍ୟ କରିଥିବା ଦୁଇ ଡାକ୍ତରଙ୍କୁ ସମ୍ମାନିତ କଲେ ଜିଲ୍ଲାପାଳ…

ବ୍ରହ୍ମପୁର (ସମୃଦ୍ଧ ଓଡିଶା) ବ୍ରହ୍ମପୁର କୋର୍ଟପେଟା ଛକ ରାସ୍ତା କଡରେ ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ କରାଇବାରେ ସାହାର୍ଯ୍ୟ କରିଥିବା ଦୁଇ ଡାକ୍ତର ରନକ ଗାନ୍ଧୀ ଓ ଦେବଦର୍ଶନୀ ସାହୁଙ୍କୁ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକ୍ଷକଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ସମ୍ମାନିତ କରିବା ସହ ଉପଢୌକନ ଓ ଫୁଲତୋଳା ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି ଦୁଇ ଡାକ୍ତର ବ୍ରହ୍ମପୁର ମେଡିକାଲରେ ଏଣ୍ଡ୍ରୋକ୍ରାଇନୋଲୋଜି ସୁପରସ୍ପେଶାଲିଷ୍ଟର ଛାତ୍ରଛାତ୍ରୀ । ଏହି ଅବସରରେ ସିଡିଏମଓ ଡ଼. ବିଜୟ କୁମାର ପାଣିଗ୍ରାହୀଙ୍କ ସମେତ ଡିପିଏମ ଶ୍ୟାମ ସୁନ୍ଦର ତ୍ରିପାଠୀ ଓ ଅନ୍ୟାନ୍ୟ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ।

ରିପୋର୍ଟ : ଜିଲ୍ଲା ସ୍ୱତନ୍ତ୍ର ପ୍ରତିନିଧି ନିମାଇଁ ଚରଣ ପଣ୍ଡା