ବ୍ରହ୍ମପୁର (ସମୃଦ୍ଧ ଓଡିଶା) ଗତ ଦୁଇ ବର୍ଷରୁ ରାସ୍ତା ଘାଟ ଖୋଳି ପାଇପ ଲାଇନ ମରାମତି କରି ଥିବା ସତ୍ୱେ ଖୋଳିଥିବା ଗାତରେ ମାଟି ପୂରଣ ନକରି ବିପଦପୂର୍ଣ୍ଣ ଅବସ୍ଥାରେ ଖୋଲା ଛାଡି ଦେଇଛନ୍ତି ବ୍ରହ୍ମପୁର ଜନ ସ୍ୱାସ୍ଥ୍ୟ ବିଭାଗ l ବ୍ରହ୍ମପୁର ସହରର ପ୍ରାୟ ଅଧିକାଂଶ ଅଂଚଳର ସମସ୍ୟା ଏକାପରି ହେଲେବି ସ୍ଥାନୀୟ ଲାଞ୍ଜିପଲ୍ଲୀ ଶ୍ରୀକୃଷ୍ଣ ନଗର ପଞ୍ଚମ ଲାଇନରେ ୨୦୧୯ ମସିହାରେ ପାଣି ପାଇପ କାମ କରି ମାଟି ପୂରଣ ନ କରିବା ହେତୁ ପ୍ରତିଦିନ ଖାଲରେ ପଡି ବହୁ ଲୋକ ଆହତ ହେବାଟା ଅଧିକ ସଚୋନୀୟ ହୋଇପଡିଛି l ଏ ସମ୍ପର୍କରେ ବହୁବାର ଜନ ସ୍ୱାସ୍ଥ୍ୟ ବିଭାଗ ଓ ମହାନଗର ନିଗମକୁ ଅବଗତ କରାଯାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଅlନଯିବାରୁ ସ୍ଥାନୀୟ ମହଲରେ ଜନ ଅସନ୍ତୋଷ ସୃଷ୍ଟି କରିଛି l ବହୁ ପ୍ରକାର ଟିକସ ଲଦିବାରେ ଉଭୟ ଜନ ସ୍ୱାସ୍ଥ୍ୟ ବିଭାଗ ଓ ମହାନଗର ନିଗମ କତୃପକ୍ଷ ପଛଘୁଞ୍ଚା ଦେଉନଥିବା ବେଳେ ଦୀର୍ଘ ଦୁଇ ବର୍ଷରୁ ରାସ୍ତା ନିର୍ମାଣ ନହୋଇ ବିପଦପୁର୍ଣ ଅବସ୍ଥାରେ ଖାଲଖମାରେ ରହିବା ଅତ୍ୟନ୍ତ ନିନ୍ଦନୀୟ l ଏ ସମସ୍ୟା ସମ୍ପର୍କରେ ଗୁହାରି କରିବା ପାଇଁ ଗଲେ କେବଳ କରୋନା ଆଳ ଦେଖାଇ ଲୋକଙ୍କୁ ଦୁଇ ବର୍ଷରୁ ଭଣ୍ଡାଇ ଚାଲିଛନ୍ତି ଉଭୟ ଜନସ୍ୱାସ୍ଥ୍ୟ ଓ ମହାନଗର ନିଗମ କର୍ତ୍ତୃପକ୍ଷ ବୋଲି ଅଭିଯୋଗ ହୋଇଛି l ଏହାସହ ତୁରନ୍ତ ଏହି ସମସ୍ୟାର ସମାଧାନ ନହେଲେ ଉଭୟ ବିଭାଗକୁ ଘେରାଓ କରାଯିବ ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚର ଯୁବନେତା ମନୋଜ ତରାଇ ଦୃଢ଼ ଚେତାବନୀ ଦେଇଥିବା ଜଣାଯାଇଛି l