ଜଳେଶ୍ୱର (ସମୃଦ୍ଧ ଓଡିଶା) ଜଳେଶ୍ୱର-ଚନ୍ଦନେଶ୍ୱର-ଦୀଘା ୫୭ତମ ରାଜ୍ୟ ରାଜପଥର ଧାନସିମୁଳିଆସ୍ଥିତ ଦୀନକୃଷ୍ଣ ମହାବିଦ୍ୟାଳୟ ସମ୍ମୁଖରେ ଏକ ରାସ୍ତା ଦୁର୍ଘଟଣାରେ ଗୁରୁତର ହୋଇ ପଡି ରହିଥିବା ଯୁବକକୁ ଜଳେଶ୍ୱର ଏସ୍ଡିପିଓ ନିଜ ଗାଡିରେ ଜିକେଭଟ୍ଟର ହସ୍ପିଟାଲକୁ ନେଇ ଚିକିତ୍ସାର ବ୍ୟବସ୍ଥା କରାଇଛନ୍ତି । ଘଟଣାରୁ ପ୍ରକାଶ, ଜଳେଶ୍ୱର ଥାନା ଅନ୍ତର୍ଗତ ଆରୁଆ ଗାଁର ସନ୍ତୋଷ ମହାନ୍ତି (୩୨) ନାମକ ଜଣେ କୋଠା ରଙ୍ଗ ମିସ୍ତ୍ରୀ ପ୍ରତିଦିନ ପଶ୍ଚିମ ମେଦିନୀପୁର ଜିଲା ଅନ୍ତର୍ଗତ ମୋହନପୁର ଥାନା ଅଂଚଳକୁ ଶ୍ରମିକ ଭାବେ ଯାଇ କାର୍ଯ୍ୟ କରିଆସୁଥିଲେ । ଆଜି ମଙ୍ଗଳବାର ସନ୍ଧ୍ୟାରେ ନିଜଘରକୁ ଏକ ସ୍କୁଟିରେ ଫେରୁଥିବାର ବେଳେ କଲେଜ ସମ୍ମୁଖ ରାସ୍ତାରେ ଥିବା ହମ୍ପସ୍ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ପଡିଯାଇଥିଲେ । ଭାଗ୍ୟକୁ ଜଳେଶ୍ୱର ଏସ୍ଡିପିଓ ଅଙ୍କିତା କୁମ୍ଭାର ଚନ୍ଦନେଶ୍ୱରୁ ଫେରୁଥିବା ବେଳେ ଘଟଣା ସ୍ଥାଳକୁ ଯାଇ ପରିସ୍ଥିତି ବୁଝିଥିଲେ । ମୁମୁର୍ଷ ଅବସ୍ଥାରେ ଥିବା ସନ୍ତୋଷ ମହାନ୍ତିଙ୍କୁ ଜିକେ ଭଟ୍ଟର ହସ୍ପିଟାଲ ନେଇ ଚିକିତ୍ସାର ବ୍ୟବସ୍ଥା କରାଇଛନ୍ତି । ଏସ୍ଡିପିଓଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।
ରିପୋର୍ଟ : ଭୂପତି କୁମାର ପରିଡା